ଓଡିଶା

odisha

ETV Bharat / state

ମାଟ୍ରିକ ସାର୍ଟିଫିକଟରେ ବିଳମ୍ବ, ବୋର୍ଡ ଅଫିସ୍ ଘେରିଲା AISDO

ଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ପ୍ରକାଶ ପାଇଲାଣି ମାଟ୍ରିକ ରେଜଲ୍ଟ । କିନ୍ତୁ ଏଯାଏଁ ମିଳିପାରିନାହିଁ ସାର୍ଟିଫିକେଟ । ଉଚ୍ଚ ଶିକ୍ଷା ପାଇଁ ଆଶଙ୍କାରେ ଛାତ୍ରଛାତ୍ରୀ । ବୋର୍ଡର ବିଳମ୍ବକୁ ବିରୋଧ କରି ଅଫିସ୍ ଘେରିଛି ଅଲ୍ ଇଣ୍ଡିଆ ଛାତ୍ର ସଂଗଠନ।

By

Published : Jun 29, 2019, 5:11 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, କଟକ

କଟକ: ମେ 21ରୁ ପ୍ରକାଶ ପାଇଲାଣି ମାଟ୍ରିକ ପରୀକ୍ଷା ଫଳ। ରେଜଲ୍ଟ ପ୍ରକାଶ ପାଇବାକୁ ମାସେରୁ ଅଧିକ ଦିନ ବିତିଲାଣି । କିନ୍ତୁ ଛାତ୍ର ଛାତ୍ରୀଙ୍କୁ ଏଯାବତ ମିଳିନାହିଁ ସାର୍ଟିଫିକଟ । ଯାହାକୁ ନେଇ ବୋର୍ଡ ଅଫିସ ଘେରିଛି ଅଲ୍ ଇଣ୍ଡିଆ ଛାତ୍ର ସଂଗଠନ (AIDSO)।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କଟକ

ମାଟ୍ରିକ ପାସ୍ କରିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ମାର୍କସିଟ ଓ ସାର୍ଟିଫିକଟ ଦେବାକୁ ଦାବି କରିଛି ଏହି ଛାତ୍ର ସଂଗଠନ । ରାଜ୍ୟ ସରକାର ଓ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଉଚ୍ଚ ଶିକ୍ଷା ପାଇଁ ଚାହିଁ ବସିଥିବା ରାଜ୍ୟର ପ୍ରାୟ 4 ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏକ ମାସ ଧରି ପ୍ରତିଦିନ ସ୍କୁଲ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି । ବୋର୍ଡ କର୍ତ୍ତୃପକ୍ଷ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ନ ଦେଇ ବୋର୍ଡର ବିଭିନ୍ନ କାର୍ଯ୍ୟକୁ ଆଉଟ ସୋର୍ସ କରିବା ତଥା ବିଭିନ୍ନ ଘରୋଇ ସଂସ୍ଥାକୁ ଦେବା ଫଳରେ ଏପରି ଅସୁବିଧା ହେଉଥିବା ଏହି ଛାତ୍ର ସଂଗଠନ ଅଭିଯୋଗ କରିଛି ।


ଅନ୍ୟପଟେ ଏଭଳି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ବୋର୍ଡ ସମ୍ପାଦକ। ତେବେ ଚଳିତ ବର୍ଷ ସାର୍ଟିଫିକଟ ଯୋଗାଇଦେବାରେ ବିଳମ୍ବ ହୋଇଥିବା କଥାକୁ ବୋର୍ଡ ସ୍ୱୀକାର କରିଛି । ଆସନ୍ତାକାଲି ଅର୍ଥାତ 30 ଓ 1 ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ସାର୍ଟିଫିକଟ ପଠାଯିବ । ଶିକ୍ଷାନୁଷ୍ଠାନର ମୁଖ୍ୟ କିମ୍ବା ତାଙ୍କ ପ୍ରତିନିଧି ବୋର୍ଡ ପକ୍ଷରୁ ସ୍ଥିରୀକୃତ କାର୍ଯ୍ୟାଳୟରୁ ନିଜ ନିଜ ପରୀକ୍ଷାର୍ଥୀଙ୍କ ସାର୍ଟିଫିକଟ ଓ ମାର୍କସିଟ ଗ୍ରହଣ କରିପାରିବେ ବୋଲି ବୋର୍ଡ ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details