ଓଡିଶା

odisha

By

Published : May 11, 2021, 11:08 PM IST

ETV Bharat / state

ତୁଟିଲା ବିବାଦ, ରାତିରେ ସ୍କୁଲରେ ଆଶ୍ରୟ ନେବେ ବସ୍ତି ବାସିନ୍ଦା

ପ୍ରବଳ ବର୍ଷା ପବନରେ ବାଲିସାହି ଅସ୍ଥାୟୀ କ୍ୟାମ୍ପରେ ବ୍ୟାପକ କ୍ଷୟକ୍ଷତି ହେବା ଘଟଣାରେ ଜିଲାପାଳଙ୍କୁ ଭେଟିଲେ ବସ୍ତି ବାସିନ୍ଦା ଓ ସ୍ଥାନୀୟ ବିଧାୟକ । ଆଲେଚନା ପରେ ବାହାରିଲା ନିଷ୍କର୍ସ ।ଅଧିକ ପଢନ୍ତୁ...

ତୁଟିଲା ବିବାଦ , ଆଜି ରାତିରେ ସ୍କୁଲରେ ଆଶ୍ରୟ ନେବେ ବସ୍ତି ବାସିନ୍ଦା
ତୁଟିଲା ବିବାଦ , ଆଜି ରାତିରେ ସ୍କୁଲରେ ଆଶ୍ରୟ ନେବେ ବସ୍ତି ବାସିନ୍ଦା

କଟକ: ପ୍ରବଳ ବର୍ଷା ପବନରେ ବାଲିସାହି ଅସ୍ଥାୟୀ କ୍ୟାମ୍ପରେ ବ୍ୟାପକ କ୍ଷୟକ୍ଷତି ହେବା ଘଟଣାରେ ଜିଲାପାଳଙ୍କୁ ଭେଟିଲେ ବସ୍ତି ବାସିନ୍ଦା ଓ ସ୍ଥାନୀୟ ବିଧାୟକ । ତେବେ ଜିଲ୍ଲାପ୍ରାଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ନିଷ୍କର୍ସ ବାହାରିଥିବା ସୂଚନା ରହିଛି ।

ତୁଟିଲା ବିବାଦ , ଆଜି ରାତିରେ ସ୍କୁଲରେ ଆଶ୍ରୟ ନେବେ ବସ୍ତି ବାସିନ୍ଦା

ଆଜି ରାତିରେ ସ୍କୁଲ ଘରେ ରହିବେ ପ୍ରଭାବିତ ବାସିନ୍ଦା । ଖାଇବା ପିଇବା ଠୁ ଆରମ୍ଭ କରି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ଏହାସହ ଘର ନିର୍ମାଣ ହେଲା ପର୍ଯ୍ୟନ୍ତ ବାସୀନ୍ଦାଙ୍କ କୌଣସି ଅସୁବିଧା ହେବନି । ସେହିପରି ଘର ଭାଙ୍ଗିବା ପ୍ରସଙ୍ଗରେ ଆର୍ଥିକ ସହାୟତା ମିଲିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ଜିଲାପାଳ ଓ ବିଧାୟକ ।

ତେବେ ଏସସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ ହୋଇଥିବା ବସ୍ତି ବାସୀନ୍ଦାଙ୍କୁ ଥଇଥାନ ପାଇଁ ବାଲି ସାହି ଅଞ୍ଚଳ ଚିହ୍ନଟ ହୋଇଥିଲା । କାଳ ବୈଶାଖୀରେ ଅସ୍ଥାୟୀ କ୍ୟାମ୍ପ ଭାଙ୍ଗି ଚୁରମାର ହୋଇଥିଲା । ଏହିକ୍ରମରେ ସ୍ଥାନୀୟ ବାସିନ୍ଦା ଉତ୍ତେଜିତ ହୋଇ ପୋଲିସ ଗାଡିକୁ ମଧ୍ୟ ଭାଙ୍ଗି ଥିଲେ ।

ଏହାପରେ ସିଏମସି କର୍ମଚାରୀ ମଧ୍ୟ ଆହତ ହେବାର ଦୃଶ୍ୟ ସମ୍ନାକୁ ଆସିଥିଲା । ତେବେ ଆଲୋଚନା ପରେ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିଛି । ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details