ଓଡିଶା

odisha

ETV Bharat / state

ସିଲଭର ସିଟିକୁ ଘାରିଲାଣି ସେଫ୍ଟି ଚିନ୍ତା

52 ବଜାର 53 ଗଳିର ସହର କଟକ । ବେପାର ବଣିଜର ଗନ୍ତାଘର । ରାସ୍ତା ଘାଟରେ ଛତୁ ଫୁଟିଲା ଭଳି ଠିଆ ହୋଇଛି ବଡ ବଡ ଅନୁଷ୍ଠାନ । ସେ ସପିଂ ମଲ ହେଉକି କୌଣସି ଘରୋଇ ଅନୁଷ୍ଠାନ । ହେଲେ ସୁରକ୍ଷା କହିଲେ କାହା ପାଖରେ ଖବର ନାହିଁ ।

By

Published : May 25, 2019, 7:09 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସୁରତ ଅଗ୍ନିକାଣ୍ଡ ପରେ ସାରା ଦେଶରେ ମଚିଯାଇଛି ହଟଚମଚ । ସୁରକ୍ଷାକୁ ନେଇ ଚାଲିଛି ଅଙ୍ଗୁଳି ଦେଖାଦେଖି । କେତେ ସୁରକ୍ଷିତ ପ୍ରାଇଭେଟ ପ୍ରତିଷ୍ଠାନ । ମୁଣ୍ଡ ଟେକିଛି ବହୁ ପ୍ରଶ୍ନ । ବେଧଡକ ଭାବେ କିପରି ବିନା ଲାଇସେନ୍ସରେ ଚାଲିଛି ସପିଂ ମଲ ଓ ପ୍ରାଇଭେଟ ପ୍ରତିଷ୍ଠାନ ? ଆଉ ଯାହାକୁ ଲାଇସେନ୍ସ ମିଳିଛି, ସେଠାରେ ଅଗ୍ନିନିର୍ବାପନ ବ୍ୟବସ୍ଥା ଚିହ୍ନ ନାହିଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ଏପରି ସ୍ଥିତି ରାଜ୍ୟର ବହୁ ସ୍ଥାନରେ ରହିଛି । ଖାସ କରି କଟକ ଭଳି ଜନଗହଳିପୂର୍ଣ୍ଣ ସହରରେ ଏଭଳି ପରିସ୍ଥିତି ବହୁତ ଥର ମଧ୍ୟ ଉଠିଛି । ନିଆଁ ଲାଗିଛି , କୋଟି କୋଟି ସମ୍ପତ୍ତି ନଷ୍ଟ ହୋଇଛି । ଘନ ଧନ ପ୍ରଶ୍ନ, ତର୍କ ଓ ତଦନ୍ତ ବି ହୋଇଛି । ହେଲେ ଏବେ ବି ଅନେକ ସ୍ଥାନରେ ସମାନ ସ୍ଥିତି । ତେବେ ସୁରତର ଘଟଣା ପରେ କଟକର ମଲ ଗୁଡିକରେ କିପରି ରହିଛି ସୁରକ୍ଷା ବ୍ୟବସ୍ଥା, ତାକୁ ପରଖିଛି ଇଟିଭି ଭାରତ ଟିମ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details