ଓଡିଶା

odisha

ETV Bharat / state

‘ଖୁବଶୀଘ୍ର ପୁରୁଣା ସ୍ଥିତିକୁ ଫେରିବ କଟକ’

କିଛିଦିନ ମଧ୍ୟରେ କଟକ ସହରର ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ।

By

Published : May 6, 2019, 5:18 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କଟକ

କଟକ: ମାତ୍ର କିଛି ଘଣ୍ଟାର ତାଣ୍ଡବ ରଚିବା ପରେ କଟକ ଛାଡିଥିଲା ବାତ୍ୟା ଫନି । କିନ୍ତୁ ତାଣ୍ଡବର 3ଦିନ ପରେ ମଧ୍ୟ ସୁଧୁରୁନି ସହରର ଅସୁବିଧା । କିଛି ଲୋକଙ୍କ ଘର ଉଜୁଡି ଯାଇଥିବା ବେଳେ ଆଉ କିଛି ଲୋକ ଆଜି ପର୍ଯ୍ୟନ୍ତ ସରକାରୀ ଆହରକୁ ଚାହିଁ ବସିଛନ୍ତି । କିନ୍ତୁ ଆଉ ମାତ୍ର କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି କଟକ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କଟକ

ଏଥିସହ ସେ କହିଛନ୍ତି, କଟକର ଏସିବି ମେଡିକାଲ , ଶିଶୁଭବନ ଓ ସିଡିଏରେ ଥିବା ଅଶ୍ୱିନୀ ମେଡ଼ିକାଲ ଲାଇନରେ ଵିଦ୍ୟୁତ ସେବା ଆରମ୍ଭ ହୋଇଗଲାଣି । ତେଣୁ ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ସହରରେ ବିଦ୍ୟୁତ୍ ସଂଯୋଗ ଦିଆଯିବ ।

ଅନ୍ୟପଟେ ସହରରେ ଉପୁଜିଥିବା ଜଳ ସମସ୍ୟା ପାଇଁ ଗଳିକନ୍ଦିରେ ପ୍ରଶାସନ ପକ୍ଷରୁ ପାଣି ଟ୍ୟାଙ୍କର ବୁଲୁଛି । ଆଉ ଲୋକମାନେ ଏହାଦ୍ୱାରା ଜଳ ର ସୁବିଧା ମଧ୍ୟ ପାଉଛନ୍ତି । ତେଣୁ କିଛିଦିନ ମଧ୍ୟରେ କଟକ ପୁଣି ହସି ଉଠିବ ବୋଲି କହିଛନ୍ତି ଜିଲାପାଳ ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details