ଓଡିଶା

odisha

ETV Bharat / state

ସିଲଭରସିଟିରେ ସାଇକୋ କିଲର, ଚିନ୍ତାରେ କମିଶନରେଟ ପୋଲିସ - କଟକ

ତିନି ଦିନରେ ତିନି ଶ୍ରମିକଙ୍କ ହତ୍ୟା ବଢାଇଛି କମିସନରେଟ ପୋଲିସର ଚିନ୍ତା । କିଏ ସେ ସାଇକୋ କିଲର ଯିଏ ହତ୍ୟା କରୁଛି କେବଳ ଶ୍ରମିକଙ୍କୁ । ଏନେଇ ଏବେ ପୋଲିସ ଆରମ୍ଭ କରି ଦେଇଛି ନାଇଟ ଅପରେସନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jul 25, 2019, 6:41 PM IST

କଟକ: ସିଲଭରସିଟିରେ ମାତିଛି ସାଇକୋ କିଲର, ଆଉ ଟାର୍ଗେଟରେ କେବଳ ଶ୍ରମିକ । ଗତ 2 ଦିନରେ ଗଡ଼ିଲାଣି 3ଟି ମୁଣ୍ଡ । ତେବେ ଏପରି ଘଟଣା କମିଶନରେଟ ପୋଲିସର ହଜାଇ ଦେଇଛି ନିଦ । ସେଥିପାଇଁ ନାଇଟ ଅପରେସନରେ ରାତି ତମାମ ସହରର ଗଳିକନ୍ଦିରେ ପଇଁତରା ମାରୁଛି ପୋଲିସ ।

ବାଉନ ବଜାର ତେପନ ଗଳିରେ କୋକୁଆ ଭୟ । ସାଇକୋ କିଲର ଫୁଟପାଥରେ ଖେଳୁଛି ରକ୍ତର ହୋଲି । ଯାହାକୁ ନେଇ ସହରବାସୀଙ୍କ ମନରେ ପଶିଛି ଛନକା । କିଏ ସେ ? ଆଉ କେଉଁ ଉଦେଶ୍ୟରେ ଏପରି କାଣ୍ଡ ଭିଆଉଛି । ସେପଟେ ଘଟଣା ନେଇ କମିଶନରେଟ ପୋଲିସର ମଧ୍ୟ ବଢ଼ିଛି ମୁଣ୍ଡବ୍ୟଥା। ଏପରି ଘଟଣା ପୁନର୍ବାର ନହେବାପାଇଁ ସହରରେ ସୁରକ୍ଷା ବଳୟ ନିର୍ମାଣ କରିଛି କମିଶନରେଟ ପୋଲିସ । ଯାହା ଉପରେ ବି ସନ୍ଦେହ ହେଉଛି ତାକୁ ହେପାଜତକୁ ନେଇ ପଚରାଉଚୁରା ଜାରି ରଖିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନ୍ୟପଟେ କମିଶନରେଟ ପୋଲିସକୁ ସାହାଯ୍ୟ କରିବାକୁ ଅଣ୍ଟା ଭିଡିଛନ୍ତି ସହରର କିଛି ସମାଜସେବୀ ଓ ଯୁବକ । ରାତି ତମାମ ପୋଲିସ ସହ ରହି ଅପରାଧିକୁ ଖୋଜିବାରେ ସାହାଯ୍ୟ କରୁଛନ୍ତି ଏମାନେ। ତେବେ ଯେ ପର୍ଯ୍ୟନ୍ତ ଏହି ଘଟଣାର ଅପରାଧୀକୁ ଗିରଫ ନ କରାଯାଇଛି ସେ ପର୍ଯ୍ୟନ୍ତ ରାତିରେ ଶାନ୍ତିରେ ନିଶ୍ୱାସ ନେବୁ ନାହଁ ବୋଲି କହିଛନ୍ତି ସମାଜସେବୀ। ତେବେ ପ୍ରଶ୍ନ ଉଠୁଛି କମିଶନରେଟ ପୋଲିସର ନିର୍ମାଣ ହୋଇଥିବା ମେଗା ସୁରକ୍ଷା ବଳୟ ମଧ୍ୟରେ କେବେ ଛନ୍ଦିହେବ ସାଇକୋ କିଲର ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details