ଓଡିଶା

odisha

ETV Bharat / state

ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସରେ ଜାଲିଆତି ! ଥାନାରେ ମାମଲା ଦେଲେ ସଞ୍ଜୟ ନାୟକ - ସିନେ ଚାମ୍ବର୍ସ ଅଫ କମର୍ସରେ ମହାଘୋଟାଲା

ୟୁସିସିସିରେ ମହାଘୋଟାଲା ଅଭିଯୋଗ । ଥାନାରେ ମାମଲା ଦେଲେ ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକ । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jul 24, 2023, 6:44 PM IST

Updated : Jul 25, 2023, 11:47 AM IST

ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସରେ ଜାଲିଆତି

କଟକ:ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସରେ କୋଟିକୋଟି ଟଙ୍କାର ଜାଲିଆତି ଅଭିଯୋଗ ହୋଇଛି । ୟୁସିସିସି ନାଁରେ ହୋଇଥିବା ପାଣ୍ଠି ଜରିଆରେ କୋଟିକୋଟି ଟଙ୍କା ହେରଫେର କରାଯାଇଥିବା ନେଇ କଟକ ପୁରୀଘାଟ ଥାନାରେ ଏତଲା ବି ଦିଆଯାଇଛି । ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକଙ୍କ ସମେତ ଅନ୍ୟ କିଛି ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୁରୀଘାଟ ଥାନା ପୋଲିସ ଏତଲାକୁ ଗ୍ରହଣ କରିବା ସହ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

କେବଳ ସେତିକି ନୁହେଁ, ଜୋର ଜବରଦସ୍ତ କରି ବାଇ ଲ' ନିୟମ ଉଲ୍ଲଙ୍ଘନ କରି ଜଣଙ୍କଠାରୁ ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ କି ୨ ଲକ୍ଷ ନୁହେଁ ବରଂ କୋଟି କୋଟି ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଘଟଣା ବି ଥାନାରେ ପହଞ୍ଚିଲାଣି । କଟକ ତଳ ତେଲେଙ୍ଗା ବଜାରରେ ଥିବା ଉତ୍କଳ ସିନେ ଚାମ୍ବର୍ସ ଅଫ୍ କମର୍ସ ନାମରେ କୋଟିକୋଟି ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ କଟକ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ବରିଷ୍ଠ ପ୍ରଯୋଜକ ସଞ୍ଜୟ ନାୟକ ଓ କିଛି ଫିଲ୍ମ ପ୍ରଯୋଜକ ଓ ନିର୍ଦ୍ଦେଶକ ।

ଏହା ବି ପଢନ୍ତୁ- ଓଲିଉଡରେ କାଷ୍ଟିଂକାଉଚ ! : 'ଯଦି ଅଭିଯୋଗ ଅଛି ପ୍ରମାଣ ଦିଅନ୍ତୁ' କହିଲେ ସିନେ ସମୀକ୍ଷକ

ଅଭିଯୋଗ ଅନୁଯାୟୀ କଟକ ତଳ ତେଲେଙ୍ଗା ବଜାରରେ ଥିବା ୟୁସିସିସିର ଏକ ଶାଖା ଖୋଲାଯାଇଛି ଏବଂ ଏହାକୁ ଓଡ଼ିଶା ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ ଭାବରେ ଦର୍ଶାଇ ନୂଆ ସଦସ୍ୟଙ୍କ ନିକଟରୁ ବହୁବର୍ଷ ଧରି ଅର୍ଥ ଲୁଟ କରାଯାଉଛି । ଏଭଳି କୌଣସି ଶାଖା ସଂସ୍ଥା ପଞ୍ଜିକୃତ ହୋଇ ନଥିବା ବେଳେ ଯୋଜନାବଦ୍ଧ ଭାବେ ଅର୍ଥ ଲୁଟ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି ନୂତନ ଶାଖା ମାଧ୍ୟମରେ ପ୍ରଯୋଜକଙ୍କ ଠାରୁ ୫୦ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ନେଇ ଏତଲାରେ ଦର୍ଶାଯାଇଛି । ତେବେ ଏ ସମ୍ପର୍କରେ ନା ସଠିକ୍ ରସିଦ ଦିଆଯାଉଛି ନା ଏହି ଟଙ୍କା କାହାକୁ ଫେରସ୍ତ କରାଯାଉଛି । କେବଳ ଏତିକି ନୁହେଁ ଏହି ଟଙ୍କା କୌଣସି ଫିଲ୍ମ କିମ୍ବା ପ୍ରଯୋଜକଙ୍କ ସହାୟତାରେ ମଧ୍ୟ ଲାଗୁନାହିଁ । ତେବେ ଏହି ଘଟଣାର ସଠିକ ତଦନ୍ତ କରିବା ପାଇଁ ଦାବି କରାଯାଇଛି ।

ସୂଚନା ଥାଉ କି ଓଡିଆ ଚଳଚ୍ଚିତ୍ର ନିର୍ମାତା, ବିତରକଙ୍କ ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୧୯୯୩ ମସିହାରେ ଏହି ୟୁସିସିସିର ଗଠନ କରାଯାଇଥିଲା । ସୋସାଇଟି ଆକ୍ଟ ଅନୁଯାୟୀ ଏହାକୁ ପଞ୍ଜୀକରଣ ବି କରାଯାଇଛି । ନୂଆ ପ୍ରଡକ୍ସନ ହାଉସ, ବିତରକ, ଏକ୍‌ଜିବିଟର୍‌ମାନେ ଏହି ସଂସ୍ଥା ସହିତ ଯୋଡ଼ି ହୋଇ ରହିଛନ୍ତି । ହେଲେ କାର୍ଯ୍ୟନିର୍ବାହୀ କମିଟି ପାଇଁ ଅଫିସ ବିୟରର୍ସଙ୍କ ଦୀର୍ଘ ଦୁଇ ଦଶନ୍ଧି ଧରି ନିର୍ବାଚନ ହୋଇ ନାହିଁ । କିଛି ସଦସ୍ୟ ନିଜେ ନିର୍ବାଚନ ତାରିଖ ସ୍ଥିର କରି ନିଜକୁ ଅଫିସ ବିୟରର୍ସ ଭାବେ ପୁନଃ ନିଯୁକ୍ତ କରୁଛନ୍ତି ଏବଂ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ୟୁସିସିସିର କିଛି ସଦସ୍ୟ ଓ ଫିଲ୍ମ ପ୍ରଯୋଜକଙ୍କ ଏତଲା ପହଞ୍ଚିବା ପରେ ଥାନାରେ ସେମାନଙ୍କ ବୟାନ ରେକର୍ଡ କରଯାଇଛି । ତେବେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Jul 25, 2023, 11:47 AM IST

ABOUT THE AUTHOR

...view details