କଟକ: ଏଣିକି ମହିଳା ପୋଲିସ କର୍ମଚାରୀ ମଧ୍ୟ ଦୁଇ ଚକିଆରେ ପାଟ୍ରୋଲିଂ କରିବେ। ଖାଲି ପାଟ୍ରୋଲିଂ ନୁହେଁ ବିଭିନ୍ନ ଅପରାଧିକ ମାମଲାର ତଦନ୍ତରେ ମଧ୍ୟ ଦୁଇ ଚକିଆ ଗାଡି ବ୍ୟବହାର କରିବେ। ଏନେଇ ସବୁ ଥାନାକୁ ଦୁଇ ଚକିଆ ଗାଡି ପ୍ରଦାନ କରାଯିବ।
ଦୁଇ ଚକିଆରେ ପାଟ୍ରୋଲିଂ କରିବେ ମହିଳା ପୋଲିସ - cuttack police
ସହରରେ ଏଥର ପାଟ୍ରୋଲିଂ କରିବେ ମହିଳା ପୋଲିସ । ସେନେଇ ସବୁ ଥାନାକୁ ଦୁଇ ଚକିଆ ଯାନ ପ୍ରଦାନ କରାଯିବ । ଅଧିକ ପଢନ୍ତୁ...
ଦୁଇ ଚକିଆରେ ପାଟ୍ରୋଲିଙ୍ଗ କରିବେ ମହିଳା ପୋଲିସ
ଏକ ବେସରକାରୀ ଅଟୋ ମୋବାଇଲ କମ୍ପାନୀ ସହଯୋଗରେ କମିଶନରେଟ ପୋଲିସ ଏହି ଯୋଜନା କାର୍ଯ୍ୟକାରୀ କରିଛି । ନିଜେ ପୋଲିସ କମିଶନର ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ସେହିପରି ଏହା ମହିଳା ମାନଙ୍କୁ ବେଶ ସହାୟତା ହେବ ବୋଲି ମହିଳା ପୋଲିସ କହିଛନ୍ତି । ବିଶେଷକରି ଏହା ଗଳି ରାସ୍ତାରେ ଯିବା ପାଇଁ ବେଶ ସୁବିଧା ହେବ ବୋଲି ସେ କହିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Jun 30, 2020, 5:16 PM IST