ଓଡିଶା

odisha

ETV Bharat / state

ଜେଲରୁ ମୁକୁଳିବା ପରେ ରାଜ୍ୟ ବାହାରେ ସାରଥି

ସାରଥି ଵର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି । ସ୍ଥାନୀୟ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ସେ। ଏନେଇ ସୂଚନା ଦେଇଛନ୍ତି ସାରଥିଙ୍କ ଓକିଲ।

By

Published : Jul 28, 2019, 2:17 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ

କଟକ: ସାରଥି ଓରଫ ସନ୍ତୋଷ ରାଉଳ ଚୌଦ୍ବାର ଜେଲରୁ ମୁକୁଳିଲା ପରେ ଏବେ ସେ କେଉଁଠି ଅଛନ୍ତି ? କଣ କରୁଛନ୍ତି ପ୍ରବଚନ ଦେଉଛନ୍ତି କି ନାହିଁ ? ଏହାକୁ ନେଇ ସର୍ବସାଧାରଣଙ୍କ ମନରେ ଉଠିଛି ଏକ ବଡ଼ ପ୍ରଶ୍ନ । ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସାରଥିଙ୍କ ଓକିଲ ମାନସ ଚାନ୍ଦ ।

ଓକିଲଙ୍କ କହିବାନୁସାରେ , ସାରଥି ଵର୍ତ୍ତମାନ ରାଜ୍ୟ ବାହାରେ ଅଛନ୍ତି । ସ୍ଥାନୀୟ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ରହିଛନ୍ତି ସେ। ତେବେ ସେ କୌଣସି ପ୍ରକାର ଧର୍ମୀୟ କର୍ମରେ ଲିପ୍ତ ରହୁନାହାଁନ୍ତି । ଏକ ସାଧାରଣ ଜୀବନଯାପନ କରୁଛନ୍ତି ସାରଥୀ ।

ଯେପରି ପୂର୍ବରୁ ପ୍ରବଚନ , ଭଜନ ସତସଙ୍ଗ ଆଦି କରୁଥିଲେ ସେଥିରୁ ବିଚ୍ୟୁତ ରହିଛନ୍ତି ସେ । ତେବେ ଯଦି ଆଗାମୀ ଦିନ ମାନଙ୍କରେ ହାଇକୋର୍ଟ ଏହି ଧର୍ମୀୟ ସଂକ୍ରାନ୍ତରେ କୋହଳ କରନ୍ତି ତେବେ ସେ ତାଙ୍କ ଧର୍ମୀୟ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି ସାରଥିଙ୍କ ଓକିଲ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details