ଓଡିଶା

odisha

ETV Bharat / state

ରୋଜଗାର ଦେଲା ORMAS, ଆୟୁର୍ବେଦିକ ସାମଗ୍ରୀ ବିକି ଲକ୍ଷପତି ଲୁଗ୍ନା ଜଫ୍ରିନ - ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ

ଦିନେ ନିଜର ପରିବାର ଭରଣ ପୋଷଣ ପାଇଁ ସଂଗ୍ରାମ କରୁଥିଲେ । ବୈଦ୍ୟ ପେଶାରେ ମାସକୁ ୨ରୁ ୩ ହଜାର ରୋଜଗାର କରୁଥିଲେ । ଏହି ବିପଦ ସମୟରେ ରୋଜଗାରର ବାଟ ଦେଖାଇଲା ଓରମାସ । ଆୟୁର୍ବେଦିକ ସାମଗ୍ରୀ ବିକ୍ରି କରି ମାସକୁ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ । ଚଳିତ ବାଲିଯାତ୍ରାରେ ଏକ ଷ୍ଟଲରେ ଓରମାସ ତରଫରୁ ଆୟୁର୍ବେଦିକ ସାମଗ୍ରୀ ବିକ୍ରି କରୁଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ଆୟୁର୍ବେଦିକ ସାମଗ୍ରୀ ବିକ୍ରି କରି ଲକ୍ଷପତି ଲୁଗ୍ନା ଜଫ୍ରିନ
ଆୟୁର୍ବେଦିକ ସାମଗ୍ରୀ ବିକ୍ରି କରି ଲକ୍ଷପତି ଲୁଗ୍ନା ଜଫ୍ରିନ

By

Published : Nov 13, 2022, 4:20 PM IST

କଟକ:ସାଲେପୁର ଅଞ୍ଚଳର ଲୁଗ୍ନା ଜଫ୍ରିନ । ପେଶାରେ ଜଣେ ବୈଦ୍ୟ । ନବମ ଦଶମ ପାଠ ପଢିବା ବେଳେ ଜେଜେ ବାପାଙ୍କ ଠାରୁ ଏହି ବୈଦ୍ୟ କାମ ଶିକ୍ଷା ଲାଭ କରି ନିଜ ଗ୍ରାମରେ ବୈଦ୍ୟ କାମ କରୁଥିଲେ । ଏଥିରୁ ମାସିକ ଯାହା ୨ ରୁ ୩ ହଜାର ରୋଜଗାର ହୋଇଥାଏ, ସେଥିରେ ସେ ନିଜର ପରିବାର ଭରଣପୋଷଣ କରିଥାଆନ୍ତି । ଏଥିରୁ ପରିବାର ଚଳାଇବା ବହୁତ କଷ୍ଟ ବି ହୋଇପଡେ । କାରଣ ବର୍ତ୍ତମାନ ଯୁଗରେ ଏଥିପ୍ରତି ଲୋକଙ୍କର ଆଗ୍ରହ, ଆଉ ପୂର୍ବଭଳି ନାହିଁ ।

ଆୟୁର୍ବେଦିକ ସାମଗ୍ରୀ ବିକ୍ରି କରି ଲକ୍ଷପତି ଲୁଗ୍ନା ଜଫ୍ରିନ

31 ମହିଳାଙ୍କୁ ରୋଜଗାରକ୍ଷମ କରାଇଛନ୍ତି ଲୁଗ୍ନା

ସେଥିପାଇଁ ୨୦୦୮ ମସିହାରେ ସେ ମହିଳା ମାନଙ୍କ ସହ ମିଶି SSG ଗ୍ରୁପ ଆରମ୍ଭ କରିଥିଲେ । ଧୀରେ ଧୀରେ ବ୍ୟବସାୟ ବି ବଢ଼ିଲା। ତେବେ ୨୦୧୮ ମସିହାରେ ORMAS ସହ ମିଶି ପ୍ରାୟ ୩୧ ଜଣ ମହିଳାଙ୍କୁ ନେଇ ଏକ ପ୍ରଡ୍ୟୁସର ଗ୍ରୁପ (କାବିର ଉତ୍ପାଦକ ଗ୍ରୁପ) ଆରମ୍ଭ କରିଲେ । ଆଉ ୨୦୧୯ ମସିହାରେ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ବ୍ୟବସାୟ କରିଥିଲେ । ଭଲ ବ୍ୟବସାୟ ବି ହୋଇଥିଲା। ସେ ନିଜେ ରୋଜଗାର କରିବା ସହ ୩୧ ଜଣ ମହିଳାଙ୍କୁ ରୋଜଗାରକ୍ଷମ କରାଇଥିଲେ । ଏବେ ସେ ମାସକୁ ଦେଢ଼ ଲକ୍ଷରୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଅନଲାଇନରେ ବି ଚାଲିଛି ବିକ୍ରି

କେବଳ ସେତିକି ନୁହେଁ,ବରଂ କୋରୋନା ସମୟରେ ବି ଭଲ ରୋଜଗାର କରିଥିଲେ ସେ । ତେବେ ISOର ସ୍ୱୀକୃତି ପତ୍ର ମିଳିବା ପରେ ବ୍ୟବସାୟକୁ ଆହୁରି ଆଗକୁ ନେବାକୁ ସେ ଆଗ୍ରହ ରଖିଥିବା ଲୁଗ୍ନା ଜଫ୍ରିନ କହିଛନ୍ତି । କଟକ ବାଲିଯାତ୍ରା ଭିଡ ମଧ୍ୟରେ ଓରମାସ ତରଫରୁ ଏକ ଷ୍ଟଲରେ ସେ ବିକ୍ରି କରୁଛନ୍ତି ଆୟୁର୍ବେଦିକ ସାମଗ୍ରୀ । ଏମିତିକି ଅନଲାଇନରେ ମଧ୍ୟ ବିକ୍ରି ହେଉଛି ।

ଏହା ମଧ୍ୟ ପଢନ୍ତୁ-ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ

ଆୟୁର୍ବେଦିକ ସାମଗ୍ରୀ ପ୍ରସ୍ତୁତ ପାଇଁ ନେପାଳରୁ ଆସୁଛି କଞ୍ଚାମାଲ

ଏହି ଗ୍ରୁପ ଅନେକ ଆୟୁର୍ବେଦିକ ସାମଗ୍ରୀ ପ୍ରସ୍ତୁତ କରିବାରେ ଏବେ ସମର୍ଥ ହୋଇପାରିଛି । ବାମ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଆୟୁର୍ବେଦିକ ତୈଳ ପ୍ରସ୍ତୁତ କରୁଛି ଏହି ଗ୍ରୁପ । ଏଥିପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲ କେରଳ, ନେପାଳ,କେନ୍ଦୁଝର, ମୟୂରଭଞ୍ଜ ତଥା ବିଭିନ୍ନ ସ୍ଥାନରୁ ଆମଦାନୀ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ଟି ଡିଷ୍ଟ୍ରିବ୍ୟୁଟର ଖୋଲି ବ୍ୟବସାୟ କରୁଛି ଏହି ଗ୍ରୁପ। ଫଳରେ ଅନେକ ଲୋକ ରୋଜଗାରକ୍ଷମ ହୋଇପାରିଛନ୍ତି । ଠିକ୍‌ ଯେମିତି ଅବଦୁଲ ରହିମ ହୁସେନ । ସେ ଏବେ ମାର୍କେଟିଂ ପାଇଁ ନିଯୁକ୍ତି ପାଇବା ସହ ଭଲ ରୋଜଗାର ବି କରୁଛନ୍ତି । ତେବେ ଏଥିପାଇଁ ସେ ବେଶ ଖୁସି ଥିବା ଅବଦୁଲ କହିଛନ୍ତି । ତେବେ ଓରମାସ କେବଳ ଲୁଗ୍ନାଙ୍କୁ ନୁହେଁ ଏମିତି ଅନେକ ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରିଛି । ଅନେକ ମହିଳା ବିଭିନ୍ନ ଜିନିଷ ବିକ୍ରି କରି ରୋଜଗାରକ୍ଷମ ହୋଇପାରିଛନ୍ତି ଚଳିତ ବର୍ଷ ବାଲିଯାତ୍ରାରେ ୪୨୦ଟି ଷ୍ଟଲ ପଡିଛି ।

କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ । ଯାହାକି ଜଣେ ମୁସଲିମ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଏହା କେବଳ ଯେ ତାଙ୍କୁ ସ୍ୱାବଲମ୍ବୀ କରିଛି ତାହା ନୁହେଁ ବରଂ ଅନେକଙ୍କୁ ପ୍ରେରଣା ମଧ୍ୟ ଯୋଗାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details