ଓଡିଶା

odisha

ETV Bharat / state

Mahanga Double Murder Case: ରାଜ୍ୟ ସରକାରଙ୍କୁ ଝଟକା, ହସ୍ତକ୍ଷେପ ପାଇଁ ମନାକଲେ ଜିଲ୍ଲାକୋର୍ଟ - Salepur ADJ Quashes Revision Petition

ମାହାଙ୍ଗା ଡବଲ ମର୍ଡର ଘଟଣା । ସାଲେପୁର ଜେଏମଏଫସି(JMFC)ଙ୍କ ୨୦୨୧, ଅଗଷ୍ଟ ୨୫ ଓ ନଭେମ୍ବର ୧୮ର ନିର୍ଦ୍ଦେଶ ବିରୋଧରେ ସରକାର ଦାୟର କରିଥିବା ଦୁଇ ରିଭିଜନ୍ ଗ୍ରହଣୀୟ ନୁହେଁ ବୋଲି ରାୟ ଶୁଣାଇଲେ ସାଲେପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ଅଧିକ ପଢନ୍ତୁ

Mahanga Double Murder Case
ମାହାଙ୍ଗା ଡବଲ ମର୍ଡର ଘଟଣା: ରାଜ୍ୟ ସରକାରଙ୍କୁ ଅଦାଲତର ଝଟକା, ହସ୍ତକ୍ଷେପ ପାଇଁ ମନାକଲେ ଜିଲ୍ଲାକୋର୍ଟ

By

Published : Dec 9, 2021, 11:07 AM IST

କଟକ: ସାଲେପୁର ଜେଏମଏଫସି(JMFC)ଙ୍କ ୨୦୨୧, ଅଗଷ୍ଟ ୨୫ ଓ ନଭେମ୍ବର ୧୮ର ନିର୍ଦ୍ଦେଶ ବିରୋଧରେ ସରକାର ଦାୟର କରିଥିବା ଦୁଇ ରିଭିଜନ୍ ଗ୍ରହଣୀୟ ନୁହେଁ ବୋଲି ସାଲେପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ରାୟ ଦେଇଛନ୍ତି । ଏଥିସହିତ ସାଲେପୁର ଜେଏମଏଫସି(JMFC) ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ସରକାରଙ୍କ ପକ୍ଷରୁ ଦାୟର ଦୁଇ ରିଭିଜନର ଶୁଣାଣିରେ ଅତିରିକ୍ତ ଦୌରା ଜଜ୍ ଅଦାଲତ ଅନ୍ତ ଘଟାଇଛନ୍ତି ।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ‌କେତେକ ଘଟଣା ସମ୍ପର୍କିତ ନଥିପତ୍ର ସଂଗ୍ରହ ପାଇଁ ତଦନ୍ତକାରୀ ଅଧିକାରୀଙ୍କୁ ଜେଏମଏଫସି(JMFC) ଅଦାଲତ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ବାରା ଜଣେ ପୋଲିସ ଅଧିକାରୀଙ୍କ କିଭଳି ଭାବେ ଅଧିକାର ପ୍ରଭାବିତ ହୋଇଛି ସେନେଇ ହୃଦବୋଧ କରାଇବାରେ ଆବେଦନକାରୀ ବିଫଳ ହୋଇଛନ୍ତି । ତଦନ୍ତକାରୀ ଅଧିକାରୀ ଏହି ମାମଲାରେ ଏକ ପକ୍ଷ ହୋଇ ନଥିବାବେଳେ ରିଭିଜନ ଦାଖଲ କରିଥିଲେ । ତୃତୀୟ ପକ୍ଷ ରିଭିଜନ ଦାଖଲ କରିପାରିବେ, କିନ୍ତୁ ସଂପୃକ୍ତ ପକ୍ଷ ଅଧିକା‌ର ମୌଳକ ଭାବେ ପ୍ରଭାବିତ ହୋଇଛି ବୋଲି ପ୍ରମାଣିତ କରିବାକୁ ପଡିବ ବୋଲି ଅଦାଲତ କହିଛନ୍ତି ।

ଏହି ରିଭିଜନରେ ଏଭଳି କୌଣସି ପ୍ରସଙ୍ଗ ଉଲ୍ଲେଖ କରାଯାଇନାହିଁ । ଫୌଜଦାରୀ କାର୍ଯ୍ୟବିଧି ସଂହିତର ଧାରା ୩୯୭(୨)ରେ ରହିଥିବା ବ୍ୟବସ୍ଥା ଅନୁସାରେ ଏପରି ରିଭିଜନ୍ ଗ୍ରହଣୀୟ ନୁହେଁ ବୋଲି ଅଦାଲତ ମତ ଦେଇଛନ୍ତି । ଯଦି ଜେଏମଏଫସି(JMFC) ଅଦାଲତ ନିର୍ଦ୍ଦେଶ ଦ୍ବାରା ଆବେଦନକାରୀ କ୍ଷୁବ୍ଧ ତେବେ ସେ ଆଇନ ଅନୁସାରେ ଉପଯୁକ୍ତ ଅଦାଲତଙ୍କ ଆଶ୍ରୟ ନେଇ ପାରିବେ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି । ଏଥିସହିତ ସାଲେପୁର ଜେଏମଏଫସି ଅଦାଲତଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି ପାଇଁ ଦାୟର ଅନ୍ତରୀଣ ଆବେଦନର ଶୁଣାଣିରେ ମଧ୍ୟ ଅତିରିକ୍ତ ଦୌରା ଅଦାଲତ ଅନ୍ତ ଘଟାଇଛନ୍ତି ।

୨୦୨୧, ଅଗଷ୍ଟ ୨୫ରେ ସାଲେପୁର ଜେଏମଏଫସି(JMFC) ଅଦାଲତ ରମାକାନ୍ତ ବରାଳଙ୍କ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ଅଧିକ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ଅଗଷ୍ଟ ୨୫ ନିର୍ଦ୍ଦେଶ ପାଳନ କରି ନଥିବା ବେଳେ ବାପି ବିଶ୍ବାଳ, ଶରତ ନାୟକ ଓ ପ୍ରାଣ ହରାଇଥିବା ଅନ୍ୟତମ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍ ତଥ୍ୟ (ସିଡିଆର୍) ସଂଗ୍ରହ କରିବାକୁ ଜେଏମଏଫସି ଅଦାଲତ ନଭେମ୍ବର ୧୮ରେ ତଦନ୍ତକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details