ଓଡିଶା

odisha

ETV Bharat / state

Increase edible Oil Price: ୟୁକ୍ରେନ ରୁଷ ଯୁଦ୍ଧ ଆଳରେ ମାଲାମାଲ ତେଲ ବ୍ୟବସାୟୀ - ଖାଇବା ତେଲର କଳାବଜାରୀ

ଖାଇବା ତେଲ ଲିଟର ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ପାଇଛି । ଏନେଇ ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ କହିଛନ୍ତି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଏଭଳି ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ

Increase eatable Oil Price: ୟୁକ୍ରେନ ରୁଷ ଯୁଦ୍ଧ ଆଳରେ ମାଲାମାଲ ତେଲ ବ୍ୟବସାୟୀ
Increase eatable Oil Price: ୟୁକ୍ରେନ ରୁଷ ଯୁଦ୍ଧ ଆଳରେ ମାଲାମାଲ ତେଲ ବ୍ୟବସାୟୀ

By

Published : Mar 3, 2022, 10:06 PM IST

କଟକ: ହୁ ହୁ ହୋଇ ବଢୁଛି ଖାଇବା ତେଲ ଦର । ଯେଉଁ ତେଲ ଦର କିଛି ଦିନ ପୂର୍ବେ ସ୍ୱାଭାବିକ ଥିଲା ତାହା ବୃଦ୍ଧି ପାଇଛି । ଖାଇବା ତେଲ ଲିଟର ପିଛା ୨୦ରୁ ୨୫ ଟଙ୍କା ବୃଦ୍ଧି ପାଇଛି । ସ୍ଥିତି ଏପରି ହୋଇଛି ଯେ, କିଛି ଅସାଧୁ ବ୍ୟବସାୟୀ MRP ଦର ଠାରୁ ଅଧିକ ଦରରେ ବିକ୍ରୟ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମାଲଗୋଦାମରେ MRP ଠାରୁ ଅଧିକ ଦରରେ ବିକ୍ରୟ ହେଉଥିବା ଜଣାପଡିଛି ।

Increase eatable Oil Price: ୟୁକ୍ରେନ ରୁଷ ଯୁଦ୍ଧ ଆଳରେ ମାଲାମାଲ ତେଲ ବ୍ୟବସାୟୀ

ତେବେ ଏନେଇ ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଛାଟୋଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ଏଭଳି ସ୍ଥିତି ଉପୁଜିଛି । ଯଦିଓ ପର୍ଯ୍ୟାପ୍ତ ପରିମାଣର ତେଲର ଆମଦାନୀ ହେଉଛି, ତଥାପି ଦର ବୃଦ୍ଧି ପାଉଥିବା ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେଲର MRP ଦର ପୂର୍ବରୁ ଯାହା ଥିଲା ତାହା ବୃଦ୍ଧି ପାଇନାହିଁ । ମାତ୍ର ବ୍ୟବସାୟୀ ମାନେ ଜାଣିଶୁଣି ଏପରି ବୃଦ୍ଧି କରୁଥିବା ଚର୍ଚ୍ଚା ହେଉଛି । ଏନେଇ ଯୋଗାଣ ବିଭାଗ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଖାଇବା ତେଲ ଦର ଆହୁରି ବୃଦ୍ଧି ପାଇପାରେ ବୋଲି ମାଲଗୋଦାମ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details