ଭୁବନେଶ୍ବର: ଟ୍ୱିନ ସିଟିରେ କେତେ ହୋଇଛି ପୁନରୁଦ୍ଧାର କାର୍ଯ୍ୟ ସେ ନେଇ ସମୀକ୍ଷା କରିଛନ୍ତି ସୂଚନା ଓ ଲେକ ସମ୍ପର୍କ ସଚିବ ସଞ୍ଜୟ ସିଂ । କଟକ ଓ ଭୁବନେଶ୍ବରରେ କେଉଁ କେଉଁ ସ୍ଥାନରେ କେତେ ବିଦ୍ୟୁତ ଯୋଗାଯୋଗ ହୋଇଛି ସେ ନେଇ ମଧ୍ୟ ସୂଚନା ଦେଇଛନ୍ତି ସଚିବ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର କଟକ ସିଡିଡି1- ଅଞ୍ଚଳରେ 51ଟି 11କେଭି ଫିଡର ରହିଛି । ସେଥିରୁ 42ଟି କାର୍ଯ୍ୟକ୍ଷମ ହୋଇଛି । ବାକି ଗୁଡିକ ଶୁକ୍ରବାର ରାତି ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ସୂଚନା । ମୋଟ 72 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 65 ହଜାରଙ୍କୁ ବିଜୁଳି ସଂଯୋଗ ମିଳି ସାରିଛି ।
ସିଡିଡି-2 ଅଞ୍ଚଳରେ 44ଟି ଫିଡର ମଧ୍ୟରୁ 23 କାର୍ଯ୍ୟକାରୀ ହୋଇଛି । ସେଠାରେ 73 ହଜାରରୁ 43 ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ସଂଯୋଗ ହୋଇଛି । ବାକି ଥିବା ସ୍ଥାନରେ 2 ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହିଛନ୍ତି ଲୋକ ସମ୍ପର୍କ ସଚିବ । ସିଇଡିରେ କ୍ଷୟକ୍ଷତି ଅଧିକ ରହିଛି । 38ଟି 11କେଭି ଫିଡର ମଧ୍ୟରୁ 14 କାର୍ଯ୍ୟକାରୀ ହୋଇଛି । 90 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 20 ହଜାର ବିଜୁଳି ସଂଯୋଗ ପାଇଛନ୍ତି । 15ତାରିଖ ସୁଦ୍ଧା 100 ପ୍ରତିଶତ ବିଜୁଳି ସୁବିଧା ପହଞ୍ଚିବା ନେଇ ସୂଚନା ।
ସେପଟେ ଭୁବନେଶ୍ୱର ବିସିଡିଡି-1ରେ 44ଟି ଫିଡର ମଧ୍ୟରୁ ସବୁ ଗୁଡିକ କାର୍ଯ୍ୟକ୍ଷମ ହୋଇଛି । ଶୁକ୍ରବାର ରାତି ସୁଦ୍ଧା 55 ହଜାରରୁ 52 ହଜାର ଉପଭୋକ୍ତାଙ୍କ ପାଖରେ ବିଜୁଳି ସୁବିଧା ପହଞ୍ଚିବ । ବିସିଡିଡି-2 ଅଞ୍ଚଳରେ 66ଟି ଫିଡର ମଧ୍ୟରୁ 45ଟି ଫିଡର ପ୍ରସ୍ତୁତ ହୋଇଥିବା ବେଳେ 21ଟି ବାକି ରହିଛି । 97 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 65 ହଜାର ଉପଭୋକ୍ତାଙ୍କ ପାଖରେ ସଂଯୋଗ ପହଞ୍ଚିଛି । ଶୁକ୍ରବାର ଆଉ 20 ହଜାର ସଂଯୋଗ ଦିଆଯିବା ନେଇ ସୂଚନା ରହିଛି ।
ବିଇଡିରେ 21ଟି ଫିଡର କାର୍ଯ୍ୟକ୍ଷମ ହୋଇଛି । ଶୁକ୍ରବାର ଆଉ 5ଟି ପ୍ରସ୍ତୁତ ହୋଇଯିବ । 87 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 34 ହଜାରଙ୍କୁ ମିଳି ସାରିଛି ବିଜୁଳି ସଂଯୋଗ । ଶୁକ୍ରାବାର ରାତି ସୁଦ୍ଧା ଆଉ 20 ହଜାର ଉପଭୋକ୍ତାଙ୍କୁ ମିଳିବ ବିଜୁଳି ସଂଯୋଗ ।
ଶୁକ୍ରବାର ରାତି ସୁଦ୍ଧା ସହରାଞ୍ଚଳରେ 80 ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବା ନେଇ ରହିଛି ଲକ୍ଷ୍ୟ । ଗ୍ରାମାଞ୍ଚଳରେ କିଛି ଉପଭୋକ୍ତା ଥିବାରୁ 12 ତାରିଖ ସୁଦ୍ଧା ସେଠାରେ ବିଦ୍ୟୁତ ସଂଯୋଗ ଦିଆଯିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ସଚିବ ।
ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟରେ 250 ଆଇଟିଆଇ ଛାତ୍ରଛାତ୍ରୀ, 24 ଇନଷ୍ଟ୍ରକ୍ଟର ଘରଠୁ ଘର ବୁଲୁଛନ୍ତି । ଲୋକଙ୍କ ସମସ୍ୟା ସମାଧାନ କରୁଛନ୍ତି । ଏବେ ସୁଦ୍ଧା 561 ଘରକୁ ଯାଇ ସମାଧାନ କରିବାକୁ ଚେଷ୍ଟା କରିଛନ୍ତି । ବ୍ରହ୍ମପୁର, ରାଉରକେଲା, ସମ୍ବଲପୁରର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀ ଆସି ବିଦ୍ୟୁତ ବିଭାଗକୁ ସହଯୋଗ କରୁଛନ୍ତି । ଫ୍ୟାନ, ମୋଟର, ଓୟାରିଙ୍ଗ ସମସ୍ୟା ଉପରେ ନଜର ରଖିଛନ୍ତି ସେମାନେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ