ଓଡିଶା

odisha

ETV Bharat / state

ରାଜ୍ୟ ପ‌ାଳୁଛି 72ତମ ସାଧାରଣତନ୍ତ୍ର ଦିବସ - republid day

ରାଜ୍ୟ ପ‌ାଳୁଛି 72ତମ ସାଧାରଣତନ୍ତ୍ର ଦିବସ
ରାଜ୍ୟ ପ‌ାଳୁଛି 72ତମ ସାଧାରଣତନ୍ତ୍ର ଦିବସ

By

Published : Jan 26, 2021, 12:00 PM IST

Updated : Jan 26, 2021, 6:57 PM IST

18:18 January 26

ମୟୁରଭଞ୍ଜରେ ସାଧାରଣତନ୍ତ୍ର ଦିବସ ପାଳିତ

ମୟୁରଭଞ୍ଜରେ ସାଧାରଣତନ୍ତ୍ର ଦିବସ ପାଳିତ

ବାରିପଦା : ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ପେରେଡ଼ ପଡିଆ ଠାରେ  ୭୨ତମ ଗଣତନ୍ତ୍ର ଦିବସରେ ମନ୍ତ୍ରୀ ସୁଶାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେରେଡ଼ ଅଭିଭାଷଣ ଗ୍ରହଣ କରିଥିଲେ। ରିଜର୍ଭ ପୁଲିସ ପେରେଡ଼ ପଡିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ  ସମ୍ମାନିତ ଅତିଥିଭାବେ ଉପସ୍ଥିତ ରହିଥିଲେ। କୋରୋନା କଟକଣା ମଧ୍ୟରେ କେବେଳ ପୋଲିସ ବାହିନୀ ଦ୍ବାରା ମୁହଁରେ ମାସ୍କ ଓ ସାମାଜିକ ଦୂରତ୍ବ ରଖି ଆଜିର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅଵସରରେ ମୁଖ୍ୟ ଅତିଥୀଙ୍କ ଦ୍ବାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟରେ କୋରୋନାର ସ୍ଥିତି ସମ୍ପର୍କରେ ଓ କୋଭିଡ ଯୋଧ୍ୟା ମାନଙ୍କ ବଳିଦାନକୁ ମନେ ପକାଇଛନ୍ତି। ପବିତ୍ର ଦିବସରେ ପ୍ୟାରେଡ଼ରେ କୋଭିଡ ଯୋଧ୍ୟା ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ବିଭାଗର ମୁଖ୍ୟ ମାନଙ୍କ ଠାରୁ କୋଭିଡ ଯୋଧ୍ୟା ମାନେ ପୁରସ୍କାର ଗ୍ରହଣ କରିବେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପୁଲିସ ଓ ଜିଲ୍ଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

18:07 January 26

ମାଲକାନଗିରିରେ ସାଧାରଣତନ୍ତ୍ର ଦିବସ

ମାଲକାନଗିରିରେ ସାଧାରଣତନ୍ତ୍ର ଦିବସ

ମାଲକାନଗିରି : ଜିଲ୍ଲାରେ ପାଳିତ ହୋଇଯାଇଛି 72 ତମ ସାଧାରଣତନ୍ତ୍ର ଦିବସ। ଜିଲ୍ଲା ସଦରମହକୁମା ଡିଏନକେ ପଡିଆ ଠାରେ ମୁଖ୍ୟ ଅତିଥୀ ଭାବେ କ୍ରୀଡ଼ ମନ୍ତ୍ରୀ ତୁସାରକାନ୍ତି ବେହେରା ଜାତୀୟ ପତାକା ଉତ୍ତଳନ କରିଥିଲେ।  ପୋଲିସ ଦ୍ବାରା ଆୟୋଜିତ ମାର୍ଚ୍ଚ ପାଷ୍ଟରେ ଆଭିବାଦନ ଗ୍ରହଣ କରିଥିଲେ। ମନ୍ତ୍ରୀ ଅଭିଭାଷଣରେ ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ବିକାଶ କାର୍ଯ୍ୟକୁ ରାଜ୍ୟ ସରକାର ଅଧିକା ଗୁରୁତ୍ବ ଦେଇଥିବା କହିଥିଲେ। ଏହା ସହ ଚିତ୍ରକୋଣ୍ଡା ଠାରେ ଜୈବ ବିବିଧତା ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ । ଏହି ଜାତୀୟ ଦିବସ ଉପଲକ୍ଷେ ବାଲ୍ୟ ବିବାହ ପ୍ରତିଷେଧକ ବ୍ୟବସ୍ଥାର ଲୋଗୋ ମାଲ୍ୟାବନ୍ତ ନନ୍ଦିନୀକୁ ଉଦଘାଟନ କରିଥିଲେ।  

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

18:06 January 26

ଫୁଲବାଣୀରେ ସାଧାରଣତନ୍ତ୍ର ଦିବସ

ଫୁଲବାଣୀ : ଫୁଲବାଣୀ ପୁଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲାସ୍ତରୀୟ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି। ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଜାତୀୟ ପତାକା ଉତ୍ତୋଳନ କରିଥିଲେ । କିନ୍ତୁ ମିଳିତ ପ୍ୟାରେଡ ବନ୍ଦ ରହିଥିଲା କୋଭିଡ୍ରେ କଟକଣା ଯୋଗୁଁ । ସାଧାରଣ ଲୋକଙ୍କୁ ମଧ୍ୟ ବାରଣ କରାଯାଇଥିଲା। ମାତ୍ର ଦୁଇଟି ପୁଲିସ କଣ୍ଟିଜେଣ୍ଟ କେବଳ ଭାଗ ନେଇଥିଲେ ଉତ୍ସବରେ। ପରେ କୋଭିଡ୍ ପରିଚାଳନା ଓ ସ୍ବଚ୍ଛତା ପାଇଁ ଅନେକଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାପାଳ ଓ ଏସପି ଙ୍କ ସମେତ ଅନେକ ଅଧିକାରୀ ଉତ୍ସବରେ ଉପସ୍ଥିତ ଥିଲେ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

17:41 January 26

କେନ୍ଦ୍ରାପଡାରେ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡାରେ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦ୍ରାପଡା : ସାରା ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ।ଏହି ଅବସରରେ କେନ୍ଦ୍ରାପଡା କଲେଜ ପଡିଆ ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରେଡ଼ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରିଥିଲେ। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ଜିଲ୍ଲା ପାଇଁ ଗର୍ବ ଆଣିଥିବା ବ୍ୟକ୍ତି ଓ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା।  ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବ ନିରାଡ଼ମ୍ବର ଓ କୋଭିଡ ନିୟମ ପାଳନ କରାଯାଇ ଥିଲା।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

17:40 January 26

ଢେଙ୍କାନାଳରେ ସାଧାରଣତନ୍ତ୍ର ଦିବସ ପାଳିତ

ଢେଙ୍କାନାଳ : କୋଭିଡ କଟକଣା ମଧ୍ୟରେ ଜିଲ୍ଲା ସ୍ତରୀୟ ୭୨ତମ ସାଧାରଣ ତନ୍ତ୍ର ଦିବସ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମରେ ନିରାଡ଼ମ୍ବର ସହ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ । ତେବେ ଚଳିତ ବର୍ଷ ଏହି ଉତ୍ସବରେ ପରେଡ଼ ଅନୁଷ୍ଠିତ ହୋଇନାହିଁ । କେବଳ ଲୋକ ମାନଙ୍କ ସଚେତନତା ମୂଳକ ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯାଇଥିଲା ।  

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

17:15 January 26

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧରେ ସାଧାରଣତନ୍ତ୍ର ଦିବସ

ବୌଦ୍ଧ : ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ କୋରୋନା କଟକଣା ମଧ୍ୟରେ ପାଳନ କରାଯାଇଛି । ଜିଲ୍ଲାସ୍ତରୀୟ ଏହି ଜାତୀୟ ଦିବସରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କଣ୍ଟାମାଳ ବ୍ଲକ ଆମ୍ବଗାଁ ଠାରେ ବିଧାୟକ ମହୀଧର ରଣା ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକ ତଥା ତହସିଲ ସମେତ ଜିଲ୍ଲା ପ୍ରେସକ୍ଲବ,ଏନଏସି,ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ,ଅଟୋସଂଘ,ଦଳିତ ଅଧିକାର ମଞ୍ଚ, ସମସ୍ତ 69 ପଞ୍ଚାୟତ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକାକୁ ସମ୍ମାନ ଦିଆଯାଇଥିଲା । ତେବେ ଆଜି ଜିଲ୍ଲା ସ୍ତରୀୟ ଏହି ଜାତୀୟ କାର୍ଯ୍ୟକ୍ରମରେ ଜଣେ ଯୁବ ଚିତ୍ରଶିଳ୍ପୀ ସମସ୍ତ ଅତିଥିଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ । ବୌଦ୍ଧ ଜିଲ୍ଲାର ଉପାନ୍ତ ବଡରାହାଯୋର ଗାଁର ଯୁବ ଚିତ୍ରଶିଳ୍ପୀ କୌଣସି ତାଲିମ ପାଇନଥିବା ସତ୍ବ ତାଙ୍କ ଦ୍ବାରା ଅଙ୍କିତ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ତଥା ସ୍ତମ୍ଭିଭୂତ କରିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

17:07 January 26

ଉଦଘାଟିତ ହେଲା ପୌରପାଳିକା ପାଠାଗାର

କେନ୍ଦୁଝର :  ଜିଲ୍ଲାରେ ଉଦଘାଟିତ ହେଲା ପୌରପାଳିକା ପାଠାଗାର । ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ନିର୍ମିତି ଏକ ପାଠାଗାରର ଉଦଘାଟନ ହୋଇଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ନିର୍ମିତ ଏହି ପାଠାଗାରକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦଘାଟନ କରିଥିଲେ । ୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ପାଠାଗାର ରେ ବସି ପଢ଼ିବାର ସୁଯୋଗ ପାଇ ପାରିବେ । ଏହା ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବା ସହ ଜିଲ୍ଲା ପ୍ରଶାସନ ର ଏଭଳି ପଦକ୍ଷେପକୁ ମନ୍ତ୍ରୀ ପ୍ରଶଂସା କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

17:07 January 26

ରାଇରଙ୍ଗପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ରାଇରଙ୍ଗପୁର : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର କଚେରୀ ପଡିଆ ଠାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତେବେ ନିରାଡ଼ମ୍ବର ଭାବରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଅବସରରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ କୋଭିଡ ଯୋଦ୍ଧା ଭାବେ ୬୨ ଜଣ ସ୍ବାସ୍ଥ୍ୟ କର୍ମୀ ଓ ୮୯ଜଣ ସଫେଇ କର୍ମୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି। ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ତେବେ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ୧୨ ଜଣ ସ୍ବାସ୍ଥ୍ୟ କର୍ମୀ ଓ ୨୬ ଜଣ ସଫେଇ କର୍ମୀଙ୍କୁ ଉପଜିଲ୍ଲାପାଳ ପତାକା ମଣ୍ଡପରେ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।ସେପଟେ କୋଭିଡ଼ ସ୍ଥିତିକୁ ଦେଖି କୌଣସି ଛାତ୍ରଛାତ୍ରୀଙ୍କୁ ପ୍ୟାରେଡ଼ରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇନାହିଁ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

16:16 January 26

ନିଆଁରା ଢଙ୍ଗରେ ପାଳିତ ହେଲା ସାଧରଣତନ୍ତ୍ର ଦିବସ

ନିଆଁରା ଢଙ୍ଗରେ ପାଳିତ ହେଲା ସାଧରଣତନ୍ତ୍ର ଦିବସ

ଆନନ୍ଦପୁର : ୭୨ତମ ସାଧରଣତନ୍ତ୍ର ଦିବସକୁ ନିଆଁରା ଢଙ୍ଗରେ ପାଳନ କରିଛନ୍ତି କେନ୍ଦୁଝରର  ଘଷିପୁରା ବ୍ଲକ ରାଇତଳା ବାବା ରାମେଶ୍ବର ୟୁଥୁ କ୍ଲବର ଯୁବକମାନେ। ସାଧରଣତନ୍ତ୍ର ଦିବସରେ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ଗ୍ରାମର ବୟସ୍କଲୋକଙ୍କୁ କମ୍ବଳ ପ୍ରଦାନ କରିଥିଲେ । ଏହାସହ ମିଠା ବଣ୍ଟନ କରିଥିଲେ ।  

ଆନନ୍ଦପୁରରୁ ସୃତି ରଞ୍ଜନ ବିହାରୀ, ଇଟିଭି ଭାରତ

15:57 January 26

ଜଗତସିଂହପୁରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ

ଜଗତସିଂହପୁରରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ

ଜଗତସିଂହପୁର : ବନ୍ଦର ନଗରୀ ପାରାଦୀପରେ ପାଳିତ ହୋଇଯାଇଛି ସାଧାରଣତନ୍ତ୍ର ଦିବସ। କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶ ଗ୍ରହଣ କରିନଥିଲେ  । ପାରାଦ୍ବୀପ ବନ୍ଦର ବଣିକ ସଂଘର କାର୍ଯ୍ୟାଳୟ ପରିସରରେ ବଣିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ପତକା ଉତ୍ତୋଳନ କରିଥିଲେ। ସେହିପରି ପାରାଦ୍ବୀପ ବନ୍ଦର ପକ୍ଷରୁ ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ପତକା ଉତ୍ତୋଳନ କରିଥିଲେ। ଏହି ଅବସରରେ କୋରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବନ୍ଦରର କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ପାରାଦ୍ବୀପ ପୌରପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ପତାକା ଉତ୍ତୋଳନ କରିଥିବା ବେଳେ, ପାରାଦ୍ବୀପ ବିଜୁ ମେମୋରିଆଲ ଟ୍ରଷ୍ଟ , ଆଇଓସିଏଲ, ଇଫକୋ ଓ ପିପିଏଲ୍ ପ୍ରଭୁତି କାରଖାନା ମାନଙ୍କରେ ମଧ୍ୟ ୭୨ ତମ ସାଧାରଣତନ୍ତ୍ର ଦିବସ ଓ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର , ଇଟିଭି ଭାରତ

15:42 January 26

ବ୍ରହ୍ମଗିରିରରେ 72 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ବ୍ରହ୍ମଗିରିରରେ 72 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ବ୍ରହ୍ମଗିରି: ବ୍ରହ୍ମଗିରିରରେ ଶତାଧିକ ଯୁବକ ଓ ମହିଳା ଏକତ୍ରିତ ହୋଇ ନିଆରା ଢଙ୍ଗରେ ପାଳନ କରିଛନ୍ତି 72ତମ ସାଧାରଣତନ୍ତ୍ର ଦିବସ। ହାତରେ ତ୍ରିରଙ୍ଗା ମୁଖରେ ଜାତୀୟ ସଙ୍ଗୀତର ତାଳେ ତାଳେ ଅଲାରନାଥ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରିଥିଲା। ବ୍ରହ୍ମଗିରିର ଗର୍ବ ଓ ଗୌରବ ଜାତୀୟ ହୁଇଲ ଚେୟାର ମାରଥନର କମଳାକାନ୍ତ ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ ।  

ଦେବାଶିଷ ଦାସ, ଇଟିଭି ଭାରତ

14:35 January 26

ପୁରୀରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୀ: ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ପଡ଼ିଆରେ ପାଳିତ ହୋଇଯାଇଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ | କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ପୁରୀରେ ରାଜ୍ୟସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ | ଏଥିସହ ମୁଖ୍ୟ ଅତିଥି କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

14:34 January 26

କେନ୍ଦୁଝରରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତିରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦୁଝରରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତିରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

କେନ୍ଦୁଝର: ଆଜି ସାରା ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ସବୁଠି ଆନନ୍ଦ ଉଲ୍ଲାସର ସହ ଜାତୀୟ ପତାକା ଉତ୍ତୋଳନ ହୋଇଛି । ଏହି ଅବସରରେ କେନ୍ଦୁଝର ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ସକାଳୁ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଜିଲ୍ଲା ମୁଖ୍ୟାଳୟରେ ଥିବା ସ୍ଵାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ କେନ୍ଦୁଝର ଷ୍ଟାଡିୟମରେ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଉପସ୍ଥିତ ରହି ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ଼ର ଅଭିବାଦନ କରିଥିଲେ । ପ୍ରଜାତନ୍ତ୍ରର ଆରମ୍ଭ ହୋଇଥିବା ଏହି ଜିଲ୍ଲା ଯାହାକି ରାଜତନ୍ତ୍ର ବିରୁଦ୍ଧରେ ସିପାହୀ ଆନ୍ଦୋଳନ କରିଥିଲା, ତାକୁ ମଧ୍ୟ ମନ୍ତ୍ରୀ ଭୁୟସୀ ପ୍ରଶଂସା କରିଥିଲେ । ଏହି ମାଟି ସମଗ୍ର ଦେଶକୁ ସ୍ବାଧିନତାର ଶିକ୍ଷା ଦେଇଥିବା ସେ ପ୍ରକାଶ କରିଥିଲେ ।  

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

14:34 January 26

ରାୟଗଡ଼ାରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ାରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ରାୟଗଡ଼ା: କୋଭିଡ କଟକଣା ମଧ୍ୟରେ ରାୟଗଡାରେ ଜିଲ୍ଲାସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ଜୋଇଯାଇଛି। ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତଳନ ସହ ଅଭବାଦନ ଗ୍ରହଣ କରିଛନ୍ତି। କୋଭିଡ କଟକଣା ହେତୁ ପୋଲିସର ଗୋଟିଏ ପ୍ଲାଟୁନ ପରେଡ଼ରେ ଭାଗ ନେଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ଏଥିରୁ ବାଦ ଦିଆଯାଇଥିଲା । ଏହି ଅବସରରେ ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର,ଏସ ପି ବିବେକାନନ୍ଦ ଶର୍ମା ସମେତ ଅନେକ ଜନ ପ୍ରତିନିଧି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।  

ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

14:33 January 26

କୋଭିଡ କଟକଣା ମଧ୍ୟରେ ଅନୁଗୋଳରେ ପାଲିତ ହେଲା ୭୨ତମ ସାଧାରଣତନ୍ତ୍ର ଦିବସ

କୋଭିଡ କଟକଣା ମଧ୍ୟରେ ଅନୁଗୋଳରେ ପାଲିତ ହେଲା ୭୨ତମ ସାଧାରଣତନ୍ତ୍ର ଦିବସ

ଅନୁଗୋଳ: ଜିଲ୍ଲା ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି 72 ତମ ସାଧାରଣତନ୍ତ୍ର ଦିବସ । ରାଜ୍ୟ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରେ ଆମର ପୂର୍ଵଜମାନଙ୍କ ସ୍ମୃତି ଚାରଣ କରିବା ସହ ଶିଳ୍ପ ଜିଲ୍ଲାର ପରିବେଶକୁ ନେଇ ସେ ଚିନ୍ତା ପ୍ରକଟ କରିଥିଲେ। ଏହି ଦିବସ ଅବସରେ କୋରୋନା ମହାମାରୀ ସମୟରେ ନୀରନ୍ତର ସେବା ଯୋଗାଇ ଥିବା ଆଠ ଜଣକୁ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ। ଡାକ୍ତର , ପୋଲିସ କର୍ମଚାରୀ , ସଫେଇ ଓ ପାରା ମେଡ଼ିକାଲ ଷ୍ଟାପ ଆଦିଙ୍କୁ କୋରନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉତର କେନ୍ଦ୍ରାଞ୍ଚଲ ଡ଼ଆଇଜି ସାର୍ଥକ ଶଢଙ୍ଗୀ, ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଓ ଏସ ପି ଜଗମୋହନ ମିନା ପ୍ରମୁଖ ଯୋଗ ଦେଇଥିଲେ।  

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

14:29 January 26

ସୁନ୍ଦରଗଡରେ 72 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ସୁନ୍ଦରଗଡରେ 72 ତମ ସାଧାରଣ ତନ୍ତ୍ର ଦିବସ ପାଳିତ

ସୁନ୍ଦରଗଡ଼: କୋଭିଡ କଟକଣା ମଧ୍ୟରେ ସୁନ୍ଦରଗଡ ରିଜର୍ଭ ପୋଲିସ ପଡିଆରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ 72ତମ ସାଧାରଣ ତନ୍ତ୍ର ଦିବସ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକାକୁ ଉତ୍ତୋଳନ କରିବାସହ ପୋଲିସ ବାହିନୀ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ସାଧାରଣ ତନ୍ତ୍ର ଦିବସର ମହତ୍ୱ ସଂପର୍କରେ ଜନତାଙ୍କୁ ଉଦବୋଧନ ଦେବା ସହ କୋଭିଡ ଯୋଦ୍ଧା ଓ ପୋଲିସ ବାହିନୀରେ ରହି ନିଷ୍ଠାର ସହିତ ଦାୟିତ୍ବ ତୋଳାଇଥିବା ବ୍ୟକ୍ତିତ୍ବଙ୍କୁ ପୁରଷ୍କାର ସହ ସମ୍ବର୍ଦ୍ଧିତ କରିଥିଲେ ।  

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

13:54 January 26

ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଗଞ୍ଜାମରେ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାସ୍ତରୀୟ ୭୨ତମ ସାଧାରଣତନ୍ତ୍ର ଦିବସ ସମାରୋହ ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଯୋଜନା ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଦେଶ ଓ ଜାତି ଉଦ୍ଧେଶ୍ୟରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଆଗଧାଡିର କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋରୋନା କଟକଣା ମଧ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲିସ ଏବଂ ଓଏସଏପି ପକ୍ଷରୁ ପରେଡ଼ ପ୍ରଦର୍ଶନ କରାଯାଇଥିଲା ।  

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

13:53 January 26

ଖୋର୍ଦ୍ଧାରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଖୋର୍ଦ୍ଧାରେ ଜାତୀୟ ପତାକା ଉତ୍ତୋଳନ କଲେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ

ଖୋର୍ଦ୍ଧା: 72 ତମ ସାଧାରଣତନ୍ତ୍ର ଦିବସ, ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡ଼ିଆରେ ଆଜି ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ ଏହି ଜାତୀୟ ଉତ୍ସବ ପାଳିତ ହୋଇଛି । ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନୀଲ କୁମାର ସାମଲ ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି । ସେହିପରି ଏହିଅବସରରେ ଜିଲ୍ଲାର କୋଭିଡ ଯୋଦ୍ଧାମାନଙ୍କୁ ଫୁଲତୋଡା ଓ ଉତରୀୟ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଛନ୍ତି ।  

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

13:53 January 26

କୋରାପୁଟରେ ଜିଲ୍ଲାସ୍ତରୀୟ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟରେ ଜିଲ୍ଲାସ୍ତରୀୟ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ

କୋରାପୁଟ: ଜିଲ୍ଲାସ୍ତରୀୟ 72 ତମ ସାଧାରଣତନ୍ତ୍ର ଦିବସ କୋରାପୁଟରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ଦାସ ଜାତୀୟ ପତାକା ଉତ୍ତୋଳନ କରି ପରେଡ଼ର ଅଭିବାଦନ ଗ୍ରହଣ କରିଛନ୍ତି । ନିଜ ଅଭିଭାଷଣରେ ଶ୍ରୀ ଦାସ କୋରାପୁଟ ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ଓ ବର୍ତ୍ତମାନର ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କୋଭିଡ ନିୟମାବଳୀକୁ ପାଳନ କରି କେବଳ କିଛି ପୋଲିସ ଦଳ ଆଜିର ପରେଡ଼ରେ ଯୋଗ ଦେଇଥିଲେ । ଏହି ଅବସରରେ କୋଭିଡ ବିରୁଦ୍ଧ ଲଢେଇରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।  

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

13:52 January 26

ଗଜପତି ଷ୍ଟାଡିୟମରେ କୋଭିଡ କଟକଣାରେ 72ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଗଜପତି ଷ୍ଟାଡିୟମରେ କୋଭିଡ କଟକଣାରେ 72ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଗଜପତି: ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମରେ ଆଜି 72ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶାର ହସ୍ତତନ୍ତ୍ର ବୟନ ଶିଳ୍ପ ଓ ହସ୍ତ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦୀଆନ ଜାତୀୟ ପତାକା ଉତ୍ତଲୋନ କରିଥିଲେ । ଏହା ପରେ ସେ ଜିଲ୍ଲାରେ କିଭଳି ଭାବେ ହସ୍ତ ଶିଳ୍ପ ଓ ବୟନ ଶିଳ୍ପର ବିକାଶ ହେବ ଏବଂ ସରକାରୀ ଯୋଜନାଗୁଡିକ କିଭଳି କାର୍ଯ୍ୟ କରୁଛି ସେ ନେଇ କିଛି ଆଲୋକପାତ କରିଥିଲେ । ପୁରସ୍କାର ବିତରଣ ପରେ ଏହି କାର୍ଯ୍ୟକ୍ରମକୁ ସମାପ୍ତି କରାଯାଇଥିଲା ।  

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

13:11 January 26

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ 72 ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଜିଲାରେ ଜନ୍ମ ଗ୍ରହଣ କରିଥିବା ନବକୃଷ୍ଣ ଚୌଧୁରୀ , ମାଳତୀ ଦେବୀ, ପ୍ରାଣକୃଷ୍ଣ ପରିଜା, ରମାଦେବୀ ଓ ଜାତୀୟ କବି ବୀରକିଶୋରଙ୍କ ଭଳି ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିଥିଲେ। କୋଭିଡ କଟକଣା ଭିତରେ ପରେଡ଼ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କୌଣସି ସ୍କୁଲ, କଲେଜ ଛାତ୍ରଛାତ୍ରୀ ଅଗ୍ନିଶମ, ସ୍କାଉଟର କେହି ଅଂଶଗ୍ରହଣ କରି ନଥିଲେ । ଶେଷରେ କୋଭିଡ ଯୋଦ୍ଧାମାନଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।  

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

13:10 January 26

ସାଧାରଣତନ୍ତ୍ର ଦିବସ ଅବସରରେ ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ସାଧାରଣତନ୍ତ୍ର ଦିବସ ଅବସରରେ ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼: କୋରୋନା କଟକଣା ଭିତରେ ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆଠାରେ ଆଜି ୭୨ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ , ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ସମେତ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ । ମହାମାରୀ କୋରେନା ସମୟରେ ଦାଇତ୍ବର ସହ କାର୍ଯ୍ୟ ତୁଲାଇଥିବା ୧୬ ଜଣ କୋରୋନା ଯୋଦ୍ଧା ଓ କୃଷିକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୪ ଜଣଙ୍କୁ ପୁରସ୍କୃତ କରାଯାଇଛି। ଏହା ସହ ସ୍ବାସ୍ଥ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସ୍ବାଧୀନତା ସଂଗ୍ରାମରେ ନିଜକୁ ଉତ୍ସର୍ଗ କରିଥିବା ଘେସଁ ଜମିଦାର ସହିଦ ମାଧୋ ସିଂଙ୍କ ସମେତ ପାଣିମୋରାର ୩୨ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରି ସେମାନଙ୍କ ବୀରଗାଥା ବର୍ଣ୍ଣନା କରିଥିଲେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

13:09 January 26

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବରେ ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶ ସ୍ଵାଧୀନତାରେ କଳାହାଣ୍ଡି ମାଟିର ସ୍ବତନ୍ତ୍ର ଭୂମିକା ଓ ସହୀଦ ରେଣ୍ଡୋ ମାଝୀଙ୍କ ବଳିଦାନକୁ ମନେ ପକାଇଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବିନା ଜନସମାଗମରେ ମିଳିତ ପରେଡ଼ରେ ପୋଲିସ ବିଭାଗର ୩ ଗୋଟି ଟୃପ ଅଂଶଗ୍ରହଣ କରିଥିଲେ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

13:08 January 26

ବାଲେଶ୍ଵରରେ ପତାକା ଉତ୍ତୋଳନ କଲେ ପ୍ରତାପ ଜେନା

ବାଲେଶ୍ଵରରେ ପତାକା ଉତ୍ତୋଳନ କଲେ ପ୍ରତାପ ଜେନା

ବାଲେଶ୍ଵର: ଆଜି ୭୨ତମ ସାଧାରଣ ଦିବସ ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ବାଲେଶ୍ଵର ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଆଇନ ମନ୍ତ୍ରୀ ପ୍ରତାପ ଜେନା ପତାକା ଉତ୍ତୋଳନ କରିଥିଲେ। କୋଭିଡ କଟକଣା ଯୋଗୁ ସ୍କୁଲ ପିଲାଙ୍କୁ ଦେଖିବାକୁ ମିଳି ନଥିଲା। ତେବେ ପଡ଼ିଆରେ କେବଳ ପୋଲିସ ପରେଡ କରୁଥିବା ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

12:19 January 26

ଭଦ୍ରକରେ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

େୋ୍

ଭଦ୍ରକ: ଆଜି ୭୨ତମ ସାଧାରଣ ଦିବସ ଉପଲକ୍ଷେ ଆମ ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳନ ହୋଇ ଯାଇଛି। ଭଦ୍ରକ ନେହେରୁ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । କୋରୋନା କାଳରେ ଆୟୋଜିତ ହୋଇଥିବା ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ ଜିଲ୍ଲାର ପୋଲିସ ଏବଂ ଦମକଳ ବାହିନୀର ଟୃପ ସମ୍ମିଳିତ ପରେଡରେ କୋଭିଡ କଟକଣା ମଧ୍ୟରେ ଅଂଶଗ୍ରହଣ କରିଛନ୍ତି। ତେବେ ଚଳିତ ବର୍ଷ କୌଣସି ଶିକ୍ଷାନୁଷ୍ଠାନ କି ପ୍ରଜ୍ଞାପନ ମେଢ ଏହି ଅବସରରେ ଅଂଶଗ୍ରହଣ କରିନଥିଲେ । ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବକୁ ଦେଖିବା ପାଇଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୋରୋନା କଟକଣା ମଧ୍ୟରେ ଦର୍ଶକମାନେ ଉପସ୍ଥିତ ଥିଲେ ।  

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

12:08 January 26

ସୁବର୍ଣ୍ଣପୁର ପୋଲିସ ପରେଡ଼ ପଡିଆରେ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ

େ୍

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସ ପରେଡ଼ ପଡିଆଠାରେ 72 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୋଲିସ ପରେଡ଼ର ଅଭିବାଦନ ଗ୍ରହଣ କରିବା ସହିତ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇଥିଲେ। ଏଥର କୋରୋନା କଟକଣା ଭିତରେ ଏହି ଉତ୍ସବ ପାଳନ କରାଯାଇଥିବାରୁ କେବଳ ସ୍ବାସ୍ଥ୍ୟକର୍ମୀ , ପୋଲିସ କର୍ମଚାରୀ ,ଆଶାକର୍ମୀ , ଅଙ୍ଗନବାଡ଼ି କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିଲେ। ଜିଲ୍ଲାପାଳ ଜିଲ୍ଲାର ବିକାଶ ,ସଂସ୍କୃତି ତଥା କୋଭିଡ ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ। ଏହା ସହ କୋଭିଡ ଯୋଦ୍ଧାମାନଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।  

ସୁବର୍ଣ୍ଣପୁରରୁ ତୀର୍ଥବାସି ପଣ୍ଡା, ଇଟିଭି ଭାରତ

12:04 January 26

ନୂଆପଡା ମିନିଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡା ମିନିଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ

ନୂଆପଡା: ଜିଲ୍ଲା ମିନିଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ 72ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ସ୍ବଧା ଦେବ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଜିଲ୍ଲାବାସୀଙ୍କୁ ସମ୍ବୋଧନ କରି ଉଦବୋଧନ ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ଅଫିସିଆଲ, ସାମାଜିକ କର୍ମୀ, ପୋଲିସ ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଗହଣରେ ସାମାଜିକ ଦୂରତା ଅବଲମ୍ବନ କରି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ଗର୍ବ ଗୌରବ, ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳତା ଏବଂ ଜିଲ୍ଲାବାସୀଙ୍କ ସହଯୋଗ ବିଷୟରେ ସଂକ୍ଷିପ୍ତ ଅବିଭାଷଣ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ସ୍ବଧା ଦେବ ସିଂ ।  

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ  

10:23 January 26

ସମ୍ବଲପୁରରେ 72 ତମ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

ସମ୍ବଲପୁରରେ 72 ତମ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ

ସମ୍ବଲପୁର: ଆଜି ସମ୍ବଲପୁରରେ 72 ତମ ଜିଲ୍ଲାସ୍ତରୀୟ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାଜରାସ୍ତାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡର ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ରାଜ୍ୟ ସରକାରଙ୍କ ଦ୍ବାରା ହେଉଥିବା ବିକାଶ ମୂଳକ କାର୍ଯ୍ୟ ନେଇ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ଶେଷରେ କେତେକ ଡାକ୍ତର ସଫେଇ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡିଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

Last Updated : Jan 26, 2021, 6:57 PM IST

ABOUT THE AUTHOR

...view details