ଓଡିଶା

odisha

ETV Bharat / state

Murder: କଟକରେ ଫୁଟିଲା ଗୁଳି, ବନ୍ଧୁ ଆକ୍ରମଣରେ ଆଖି ବୁଜିଲା ବନ୍ଧୁ - ଅପରାଧ ଖବର

କଟକ ସଦର ଥାନା ଅଞ୍ଚଳରେ ଫୁଟିଲା ଗୁଳି । ବନ୍ଧୁର ଗୁଳିମାଡ଼ରେ ଆଖି ବୁଜିଲା ବନ୍ଧୁ । ଅଧିକ ପଢନ୍ତୁ

Cuttack Crime
Cuttack Crime

By

Published : Aug 8, 2023, 8:16 PM IST

Murder: କଟକରେ ଫୁଟିଲା ଗୁଳି, ବନ୍ଧୁ ଆକ୍ରମଣରେ ଆଖି ବୁଜିଲା ବନ୍ଧୁ

କଟକ: ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଛି । କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁରଠାରେ ଘଟିଛି ଏହି ଘଟଣା । ପୂର୍ଵ ଶତ୍ରୁତାକୁ ନେଇ ଗୁଳି ମାଡ଼ ହୋଇଥିବା ସୂଚନା ମିଳିଛି । ଗୁଳିମାଡ଼ କରିଥିବା ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପିଲା ଦିନର ବନ୍ଧୁ ବୋଲି ଜଣାପଡ଼ିଛି । ଏ ନେଇ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ ।

ଗୁଳିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଘଟଣା ସ୍ଥଳରେ କଟକ ସଦର ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ମୃତକ ଜଣକ ହେଉଛନ୍ତି ଚିନ୍ତାମଣି ସାହୁ। ନିଜ ପରିବାର ସହ ଭଡ଼ା ଘରେ ରହୁଥିଲେ ଚିନ୍ତାମଣି । ସେ ପେସାରେ ଜଣେ ରାଜମିସ୍ତ୍ରୀ । ରାଜମିସ୍ତ୍ରୀ କାମ କରି ନିଜର ପରିବାର ଚଳାଇଥାନ୍ତି । ତେବେ ଗୁଳିମାଡ଼ କରିଥିବା ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ଶମ୍ଭୁଆ ଓ ଜଗନ। ଉଭୟ ଅଭିଯୁକ୍ତ ମୃତକଙ୍କ ସହ ପରିଚୟ ଥିଲା । ସେମାନେ ମୃତକଙ୍କ ବନ୍ଧୁ ବୋଲି ପତ୍ନୀ କହିଛନ୍ତି ।

ଏହା ବି ପଢନ୍ତୁ- Firing in Marsaghai: ଗୁରୁତର ଜଗତସିଂହପୁର ଅଞ୍ଚଳର ସୁପରଭାଇଜରଙ୍କୁ କଟକ ସ୍ଥାନାନ୍ତର

ମୃତକଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ମୃତକଙ୍କ ବାଲ୍ୟ ବନ୍ଧୁ । ଆଜି ମଦ୍ୟପାନ କରି ସେମାନେ ହଠାତ ଆସିଥିଲେ। ମୃତକଙ୍କ ବନ୍ଧୁ ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆସିଥିଲେ । ଉଭୟ ମଦ୍ୟପାନ କରି ଚିନ୍ତାମଣିଙ୍କ ଘରେ ପହଞ୍ଚିଥିଲେ ଏବଂ ପକେଟରୁ ବନ୍ଧୁକ ବାହାର କରି ଚିନ୍ତାମଣିକୁ ଦେଖାଇଥିଲେ । ହାତରେ ମଧ୍ୟ 3 ରାଉଣ୍ଡ ଗୁଳି ରଖିଥିବା ମୃତକଙ୍କ ପତ୍ନୀ କହିଛନ୍ତି । ସେ ଆହୁରି କହିଛନ୍ତି, " ଗୁଳିକୁ ବନ୍ଧୁକରେ ଲୋଡ କରି ଶମ୍ଭୁଆକୁ ଦେଇଥିଲା ଜଗନ ଏବଂ ଶମ୍ଭୁଆ ମୋ ସ୍ବାମୀଙ୍କର ମଥାକୁ ଗୁଳି କରିଥିଲା ଏବଂ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।"

ଉଭୟଙ୍କ ମଧ୍ୟରେ ପୂର୍ବରୁ କିଛି ଶତ୍ରୁତା ରହିଥିବା ସୂଚନା ମିଳିଛି । ମାତ୍ର କେଉଁ ପ୍ରକାର ଶତ୍ରୁତା ଥିଲା ତାହାର ତଦନ୍ତ କରୁଛି ପୋଲିସ । ସେହିପରି ମୃତକ ଚିନ୍ତାମଣିକୁ ହତ୍ୟା କରିବା ପରେ ୨ ଅଭିଯୁକ୍ତ ଫେରାର ହୋଇଯାଇଥିଲେ । ତେବେ କାହିଁକି ଚିନ୍ତାମଣିକୁ ହତ୍ୟା କରିଲେ ଅଭିଯୁକ୍ତ ସେକଥା ମୃତକଙ୍କ ପତ୍ନୀ ବି ଜାଣି ନାହାନ୍ତି । ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ବି ରହିଥିଲା ବୋଲି ମୃତକଙ୍କ ପତ୍ନୀ କହିଛନ୍ତି । ହେଲେ ବନ୍ଧୁକ ଓ ଗୁଳି କେଉଁଠାରୁ ଆଣିଲେ ଅଭିଯୁକ୍ତ ? ଏହା ଏକ ଯୋଜନବଦ୍ଧ ହତ୍ୟାକାଣ୍ଡ ଥିଲା କି ? ଏହି ତମାମ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details