ଓଡିଶା

odisha

ETV Bharat / state

କୋହଳ ହେଲା କଟକଣା: କଟକରେ ଖୋଲିଲା ଧର୍ମାନୁଷ୍ଠାନ - ଖୋଲିଲା ଧର୍ମାନୁଷ୍ଠାନ

କଟକ ସହରରେ ଲାଗିଥିବା କରୋନା କଟକଣା ଉପରେ ଲାଗିଲା ରୋକ । ୩ ମାସରୁ ଊର୍ଦ୍ଧ୍ବ ସମୟ ପରେ ଖୋଲିଲା ସମସ୍ତ ଧର୍ମାନୁଷ୍ଠାନ । ଅଧିକ ପଢନ୍ତୁ...

କୋହଳ ହେଲା କଟକଣା: କଟକରେ ଖୋଲିଲା ଧର୍ମାନୁଷ୍ଠାନ
କୋହଳ ହେଲା କଟକଣା: କଟକରେ ଖୋଲିଲା ଧର୍ମାନୁଷ୍ଠାନ

By

Published : Aug 5, 2021, 10:22 PM IST

କଟକ: ହଜାରେ ବର୍ଷର କଟକ ସହରରେ ଲାଗିଥିବା କରୋନା କଟକଣା ଉପରେ ଲାଗିଲା ରୋକ । ୩ ମାସରୁ ଊର୍ଦ୍ଧ୍ବ ସମୟ ପରେ ଖୋଲିଲା ମନ୍ଦିର ମସଜିଦ । ଏଥିପାଇଁ ସହରବାସୀଙ୍କ ମନରେ ଖେଳି ଯାଇଛି ଖୁସିର ଲହରୀ । କେବଳ ମନ୍ଦିର ମସଜିଦ ନୁହେଁ ଚର୍ଚ୍ଚ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ । ଗତକାଲି(ବୁଧବାର) ବସିଥିବା ବୈଠକ ପରେ କମିଶନର ଅନନ୍ୟା ଦାସ ନେଇଛନ୍ତି ଏହି ନିଷ୍ପତ୍ତି ।

କୋହଳ ହେଲା କଟକଣା: କଟକରେ ଖୋଲିଲା ଧର୍ମାନୁଷ୍ଠାନ
କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀ, ଗଡ଼ଚଣ୍ଡି ମନ୍ଦିର ଖୋଲିବା ପରେ କଟକ ପୁଣି ଥରେ ଜୀବନ୍ତ ହୋଇ ଉଠିଛି। 3 ମାସରୁ ଊର୍ଦ୍ଧ୍ବ ସମୟ ଧରି ଲକଡାଉନ ମଧ୍ୟରେ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା, ଯାହାପାଇଁ ସାଧାରଣ ଜନତା ଓ ମନ୍ଦିର କତ୍ତୃପକ୍ଷ ନିରାଶ ହୋଇ ପଡ଼ିଥିଲେ । ତେବେ ସିଏମସିର ଯେଉଁ ଗାଇଡ଼ଲାଇନ ରହିଛି, ତାହାକୁ ପାଳନ କରିବା ସହ ମନ୍ଦିର ମଧ୍ୟରେ କୋଭିଡ କଟକଣା ମଧ୍ୟ ଜାରି ରହିଛି । ସେହିପରି ମସଜିଦ ଓ ଚର୍ଚ୍ଚରେ ମଧ୍ୟ ପାଳନ ହେଇଛି କୋଭିଡ କଟକଣା। ହାତ ଗଣତି ଭକ୍ତ ଧର୍ମାନୁଷ୍ଠାନକୁ ଆସି ଈଶ୍ୱର ଦର୍ଶନ କରି ଖୁସି ହେଉଛନ୍ତି । କିନ୍ତୁ, ଚର୍ଚ୍ଚରେ ରବିବାର ସାମୂହିକ ପ୍ରାର୍ଥନା କାର୍ଯ୍ୟକ୍ରମ ଉପରେ ଲାଗିଛି ରୋକ । କାରଣ ସେହିଦିନ କଟକରେ ସଟଡାଉନ, ଯେଉଁଥିପାଇଁ କିଛି ମାତ୍ରାରେ ଦୁଃଖ ପ୍ରକାଶ କରିଛନ୍ତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ। ତେବେ ସପ୍ତାହାନ୍ତ ସଟଡାଉନ ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ ଏବଂ ଧର୍ମାନୁଷ୍ଠାନ ଗୁଡିକରେ କୋଭିଡ ଗାଇଡ଼ଲାଇନ ପାଳନର ଯାଞ୍ଚ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି ସିଏମସି । ତେବେ ଧର୍ମାନୁଷ୍ଠାନ ଖୋଲିବା ପରେ ତୃତୀୟ ଲହରକୁ ନେଇ ଆସୁଥିବା ଚିନ୍ତାକୁ ମଧ୍ୟ ଅଣଦେଖା କରାଯାଇ ନପାରେ ।କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details