ଓଡିଶା

odisha

ETV Bharat / state

ଆସୁଛି ଫନି, କୃତ୍ରିମ ବନ୍ୟା ନେଇ ଚିନ୍ତାରେ କଟକବାସୀ

ବାତ୍ୟା ଫନିରେ ହେବାକୁ ଥିବା ବର୍ଷା ନେଇ ଚିନ୍ତାରେ କଟକବାସୀ । ଜଳ ନିଷ୍କାସନ ପାଇଁ ସହରର ଏକମାତ୍ର କେନାଲ ତାଳଦଣ୍ଡା ପ୍ରାୟ 70% ପୋତି ହୋଇ ପଡିଛି ।

By

Published : May 1, 2019, 8:26 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସୁଛି ବାତ୍ୟା ଫନି, ସାରା ରାଜ୍ୟରେ ଆତଙ୍କର ବାତାବରଣ । ତିତିଲି ତାଣ୍ଡବର 6 ମାସ ନପୁରଣୁ ବାତ୍ୟା ‘ଫନି’ ଏବେ ତାଣ୍ଡବ କରିବା ଅପେକ୍ଷାରେ । ତେବେ କଟକ ଜିଲ୍ଲାରେ ଫନିକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଜିଲ୍ଲାବାସୀ । କାରଣ ବାତ୍ୟା ଜନିତ ବର୍ଷାରେ ଜମା ହୋଇଥିବା ପାଣିରେ ଏକ ରକମ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ କଟକ ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସହରର ସମସ୍ତ ନାଳ ନର୍ଦ୍ଦମାର ପାଣି ଆସି ମାତୃଭବନ ସ୍କୁଲ ନିକଟରେ ଥିବା ତାଳଦଣ୍ଡା କେନାଲରେ ପଡେ, ଓ ପରେ ଏହା କାଠଯୋଡିକୁ ଯାଏ । ତେବେ ସେହି କେନାଲରେ ଅନେକ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଜାରି ରହି ଏହା ପୋତି ହୋଇଯାଇଛି ତେଣୁ ଅତ୍ୟଧିକ ବର୍ଷା ହେଲେ ଜଳ ନିଷ୍କାସନ ହେବା ଏକ ପ୍ରକାର ବନ୍ଦ ହୋଇଯାଏ । ବର୍ଷା ହେଲେ ଜଳ ନିଷ୍କାସନ ପାଇଁ ପ୍ରଶାସନ ବୈଠକ ପରେ ବୈଠକ କରନ୍ତି କିନ୍ତୁ ସେ ବୈଠକର ଫଳ ଜିଲ୍ଲାବାସୀ କେତେ ପାଆନ୍ତି ତାହାର ସତ୍ୟାସତ୍ୟ ପରୀକ୍ଷା ପାଇଁ ଆମ କଟକ ସାମ୍ବାଦିକଙ୍କ ଗ୍ରାଉଣ୍ଡ ରିପୋର୍ଟ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details