କଟକ:ରାଜ୍ୟ ସରକାରଙ୍କୁ ଘାରିଛି ହକି ନିଶା । ରାଜ୍ୟ ରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହେଉଛି ପୁରୁଷ ହକି ବିଶ୍ୱକପ।ଯାହାକୁ ନେଇ ସବୁ ଆଡେ ହକି କ୍ରେଜ ଦେଖିବାକୁ ମିଳିଛି । ତେଣୁ ହକି ର ବିକାଶ ପାଇଁ କଟକ ରେ ମଧ୍ୟ ହକି କମ୍ପ୍ଲେକ୍ସ ନିର୍ମାଣ ହେବା ନେଇ ଜାରି ରହିଛି ଯୋଜନା । ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଦ୍ୱିତୀୟ କ୍ୟାମ୍ପସ ରେ ହକି କମ୍ପ୍ଲେକ୍ସ ହେବା ନେଇ ରେଭେନ୍ସା କତ୍ତୃପକ୍ଷଙ୍କ ନିକଟରୁ ରାଜ୍ୟ ସରକାରଙ୍କୁ ଦାବି ଜଣାଯାଇଛି ।
ତେବେ ଏହି ପ୍ରରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ପୂର୍ବରୁ କଟକରେ ମଧ୍ୟ ହକି ଖେଳ ଅନୁଷ୍ଠିତ ହେଉଥିଲା । ମେଜର ଧ୍ୟାନଚାନ୍ଦ ମଧ୍ୟ କଟକରେ ହକି ଖେଳିଛନ୍ତି । ଏପରି ସ୍ଥଳେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସରେ ହକି କମ୍ପ୍ଲେକ୍ସ ନିର୍ମାଣ ହେଲେ କଟକରୁ ମଧ୍ୟ ଅନେକ ତାରକା ଖେଳାଳି ସାମ୍ନାକୁ ଆସିବେ । ଏହି ମେଗା ପ୍ରୋଜେକ୍ଟ ପାଇଁ ହକି ଇଣ୍ଡିଆ ମଧ୍ୟ ସହଯୋଗର ହାତ ବଢାଇବ ବୋଲି କହିଛନ୍ତି ଦିଲୀପ ତିର୍କୀ ।