ଓଡିଶା

odisha

By

Published : Oct 18, 2022, 1:18 PM IST

ETV Bharat / state

ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟ ଛାଟ, ରତ୍ନଭଣ୍ଡାର ବନ୍ଦ ମାମଲାରେ ଜବାବ ତଲବ

ହାଇକୋର୍ଟ ରେ ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ଆଜି ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ୍ୟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବ । ଅଧିକ ପଢନ୍ତୁ

ହାଇକୋର୍ଟରେ ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ଆଜି ଶୁଣାଣି
ହାଇକୋର୍ଟରେ ଶ୍ରୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ଆଜି ଶୁଣାଣି

କଟକ:ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାରେ(Ratna Bhandar reopening issue) ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ଓଡିଶା ହାଇକୋର୍ଟଙ୍କ(Orissa Highcourt ) ଜବାବ ତଲବ । 4 ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।ହାଇକୋର୍ଟରେ ଆଜି ଶ୍ରୀମନ୍ଦିର ଓ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ମାମଲାର ଶୁଣାଣି ହୋଇଛି । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜଗମୋହନ ଓ ନାଟ୍ୟ ମଣ୍ଡପ ମରାମତି କାର୍ଯ୍ୟ ଶେଷ ହେବା ନେଇ ଆମିକ୍ୟୁସକ୍ୟୁରୀ ତାଙ୍କ ରିପୋର୍ଟରେ କୋର୍ଟଙ୍କୁ ଜଣାଇଛନ୍ତି । ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିର କାର୍ଯ୍ୟ ଜାରି ରହିଥିବା ନେଇ ଏଏସଆଇ କୋର୍ଟଙ୍କୁ ଅବଗତ କରିଥିଲେ ।

ଅନ୍ୟପଟେ ରତ୍ନ ଭଣ୍ଡାର ଖୋଲିବା ମାମଲାରେ ଶ୍ରୀମନ୍ଦିର ପ୍ରଶାସନକୁ କୋର୍ଟ ଜବାବ ତଲବ କରିଛନ୍ତି । କେବେଠାରୁ ଏବଂ କାହିଁକି ଖୋଲାଯାଇ ନାହିଁ ସେନେଇ ସତ୍ୟପାଠ ଜରିଆରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ୪ ସପ୍ତାହ ମଧ୍ୟରେ ମନ୍ଦିର ପ୍ରଶାସନକୁ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଜାନୁଆରୀ ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details