ଓଡିଶା

odisha

ETV Bharat / state

ଦାୟିତ୍ୱ ନେଲେ ରାଧା ବିନୋଦ ପାଣିଗ୍ରାହୀ, ଅପରାଧରେ ଲାଗିବ ଅଙ୍କ

ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ ଏସ୍‌ପି ରୂପେ କାର୍ଯ୍ୟରତ ଥିବା ରାଧା ବିନୋଦ ପାଣିଗ୍ରାହୀ ମଙ୍ଗଳବାର କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Feb 13, 2019, 8:21 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
କଟକ: ଆଇପିଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଛି । ୨୯ଜଣ ଆଇପିଏସଙ୍କୁ ବଦଳି କରାଯାଇଛି । ଏହି କ୍ରମରେ ବଦଳିଛନ୍ତି କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି । ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ ଏସ୍‌ପି ରୂପେ କାର୍ଯ୍ୟରତ ଥିବା ରାଧା ବିନୋଦ ପାଣିଗ୍ରାହୀ ମଙ୍ଗଳବାର କଟକ ଜିଲ୍ଲା ଗ୍ରାମାଞ୍ଚଳ ଏସ୍‌ପି ଭାବେ ନୂତନ ଦାୟିତ୍ୱରେ ଅବସ୍ଥାପିତ ହୋଇଛନ୍ତି ।

ଏହି ବଦଳି ପର୍ବରେ ପୂର୍ବରୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବରେ କାର୍ଯ୍ୟରତ ମାଧବ ଚନ୍ଦ୍ର ସାହୁ ନୂତନ କଟକ ଏସ୍‌ପି ରାଧା ବିହାରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ।

ନୂତନ ଗ୍ରାମାଞ୍ଚଳ ଏସ୍‌ପି କଟକରେ ଆଗାମୀ ନିର୍ବାଚନ ସମୟରେ ହିଂସା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ସୁଧାର ବ୍ୟବସ୍ଥାରେ ମଜଭୁତ ଆଣିବା ଦିଗରେ ଗୁରୁତ୍ୱାରୋପ କରିବା ପାଇଁ ସୂଚନା ଦେଇଛନ୍ତି । ଏହାସହ କଟକରେ ଅପରାଧ ନିୟନ୍ତ୍ରଣ, ମହିଳା ନିର୍ଯାତନା, ଅର୍ଥନୈତିକ ଓ ସାଇବର କ୍ରାଇମ୍‌ ଉପରେ ଅଙ୍କୁଶ ଲଗାଇବା ସହ ସହରକୁ ଅପରାଧୀଙ୍କ କବଳରୁ ମୁକ୍ତ କରିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱ ଗ୍ରହଣ ପରେ ନିଜ ମତ ଦେଇଛନ୍ତି । ଆଗାମୀ ନିର୍ବାଚନ ପାଇଁ କଟକର 9 ଗୋଟି ନିର୍ବାଚନ ମଣ୍ଡଳୀର ସମସ୍ତ ବୁଥ୍‌ରେ ଆଇନ ଶୃଙ୍ଖଳାକୁ ମଜଭୁତ କରିବା ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶ୍ରୀ ପାଣିଗ୍ରାହୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details