ଓଡିଶା

odisha

ETV Bharat / state

କୋରୋନା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କୋରୋନାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି । ମାମଲାରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ମୋଟ ୯ଟି ବିଭାଗକୁ ପକ୍ଷ ଭୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

public interest litigation filed in the High Court against Corona
କୋରୋନାକୁ ନେଇ ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

By

Published : Mar 14, 2020, 9:37 PM IST

କଟକ: କୋରୋନାକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । କୋରୋନାର ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି ।

କୋରୋନାକୁ ନେଇ ହାଇକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

ହାଇକୋର୍ଟର ଆଇନଜୀବୀ ବିଜୟ ରଗଡ ପକ୍ଷରୁ ଦାଏର ମାମଲାରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ମୋଟ ୯ଟି ବିଭାଗକୁ ପକ୍ଷ ଭୁକ୍ତ କରାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନାକୁ ଏକ ମହାମାରୀ ଘୋଷଣା କରାଗଲା ପରେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି । ଏସବୁକୁ ଦୃଷ୍ଟିରେ ରଖି ପରିମଳ ବ୍ୟବସ୍ଥା ସୁଦୃଢ କରିବା ଏବଂ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ ଆବେଦନରେ ଉଲ୍ଲେଖ କରାଯାଇଛି ।

ଦେଶ ବାହାରୁ ଆସୁଥିବା ଯାତ୍ରୀମାନଙ୍କୁ ସ୍କ୍ରିନିଂ କରିବା ସହ ବନ୍ଦର ଏବଂ ବିମାନବନ୍ଦର ଉପରେ ସତର୍କ ଦୃଷ୍ଟି ରଖିବାକୁ ଆବେଦନକାରୀ ଉଲ୍ଲେଖ କରିଛନ୍ତି । ବିଭିନ୍ନ ସଭାସମିତି ଉତ୍ସବକୁ ନିଷେଧ କରିବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆବେଦନରେ ଦର୍ଶାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details