ଓଡିଶା

odisha

ETV Bharat / state

ଜଗା-ବଳିଆକୁ ଭେଟିଲେ ମନ୍ତ୍ରୀ; ଖୁବଶୀଘ୍ର ଜଗାର ଖପୁରୀ ଟ୍ରାନ୍ସପ୍ଲାଣ୍ଟ - କଟକ

ଏସସିବି ଗସ୍ତରେ ମନ୍ତ୍ରୀ ପ୍ରତାପ ଜେନା । ଦିଲ୍ଲୀ ଏମସ୍ରୁ ଫେରି ଏଠାରେ ଚିକିତ୍ସିତ ହେଉଥିବା ଜଗା ବଳିଆଙ୍କୁ ଭେଟିଲେ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Sep 15, 2019, 7:06 PM IST

Updated : Sep 15, 2019, 11:21 PM IST

କଟକ: ଜଗା ବଳିଆକୁ ଭେଟିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏସସିବି ମେଡିକାଲରେ ପହଞ୍ଚି ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଛନ୍ତି ମନ୍ତ୍ରୀ । ତେବେ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ବଳିଆର ସ୍ବାସ୍ଥ୍ୟ ଭଲ ନାହିଁ । ତେବେ ଖୁବ ଶୀଘ୍ର ଉଭୟ ଭଲ ହେବେ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଏହା ସହିତ ବଳିଆର ସମସ୍ତ ପରୀକ୍ଷା ଓ ଚିକିତ୍ସା ଜାରି ରହିଛି । ଖୁବଶୀଘ୍ର ସେ ଭଲ ହୋଇଯିବ ବୋଲି ଆଶା ରହିଛି । ତେବେ ରାଜ୍ୟ ସରକାର ଉଭୟଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସ୍ଥିର କରିଛନ୍ତି । ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପ୍ରତାପ ଜେନା ।

ଏକ ବିରଳ ଅସ୍ତ୍ରୋପଚାର ପରେ ଉଭୟଙ୍କୁ ଅଲଗା କରିବା ପରେ ଜଗାର ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଅପରେସନ ପାଇଁ ଓଡ଼ିଶାରୁ ଦିଲ୍ଲୀ ଯାଇଥିବା ଯୋଡ଼ା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଆଉ ପୂର୍ବ ପରି ସ୍ଥିତି ନାହିଁ । ଏବେ ଦୁହିଁଙ୍କ ମୁଣ୍ଡ ଅଲଗା ହୋଇଯାଇଛି । ଜଗା ମୁଣ୍ଡରେ ଖପୁରୀ ନଥିବାବେଳେ ସୁରକ୍ଷା ପାଇଁ ହେଲମେଟ ପିନ୍ଧାଯାଇଛି । ତେଣୁ ବର୍ତ୍ତମାନ ସ୍କୁଲରେ ପାଠ ପଢିବା କଷ୍ଟକର ବୋଲି କହିଛନ୍ତି ମନ୍ତ୍ରୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 15, 2019, 11:21 PM IST

ABOUT THE AUTHOR

...view details