ଓଡିଶା

odisha

ETV Bharat / state

ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ଭି ସର୍ବେଶ୍ବର ରାଓଙ୍କୁ ମିଳିଲା ଜାମିନ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ବର ରାଓଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ଅଧିକ ପଢନ୍ତୁ...

ଭି ସର୍ବେଶ୍ବର ରାଓଙ୍କୁ ମିଳିଲା ଜାମିନ
ଭି ସର୍ବେଶ୍ବର ରାଓଙ୍କୁ ମିଳିଲା ଜାମିନ

By

Published : Jun 3, 2021, 12:18 PM IST

କଟକ: ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ବର ରାଓଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ । ଦୁଇ ଲକ୍ଷ ଟଙ୍କା ସହିତ ଦୁଇଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ସୂଚନା ମିଳିଛି ।

ଜାମିନରେ ଛାଡ଼ ପାଇବା ପରେ ଆବେଦନକାରୀ ଗଣମାଧ୍ୟମ ସମ୍ମୁଖରେ କିଛି ମନ୍ତବ୍ୟ ଦେବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସର୍ବେଶ୍ବରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଟାଟା ମୋଟର୍ସରେ ନକଲି ଏମଡ଼ି ସାଜି କୋଟି କୋଟି ଟଙ୍କା ଆକାଶ ପାଠକ ଚାକିରୀ ଆଶାୟୀଙ୍କ ନିକଟରୁ ଠକିଥିବା ଅଭିଯୋଗ ହୋଇଥିଲା । ଏନେଇ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ୨୦୨୦, ଡିସେମ୍ବର ୩ରେ ବିଧାୟକ ପାଣିଗ୍ରାହୀ ପରେ ସର୍ବେଶ୍ବରଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପାଣିଗ୍ରାହୀଙ୍କ ସହିତ ଆକାଶ ପାଠକ ଓ ସ‌ର୍ବେଶ୍ବର ଅଭିଯୁକ୍ତ ରହିଛନ୍ତି ।

ଫେବ୍ରୁଆରୀ ୨୪ରେ ହାଇକୋର୍ଟ ପାଣିଗ୍ରାହୀଙ୍କୁ ଏହି ମାମଲାରେ ଜାମିନ ମଞ୍ଜୁର କରିଥିଲେ । ଅନ୍ୟପଟେ ଆକାଶଙ୍କ ଜାମିନ ଆବେଦନ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି । ପ୍ରକାଶଥାଉକି, ଗତ ଜୁନ 1 ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ସମୁଦାୟ 6ଟି ମାମଲାରୁ ମାତ୍ର ତିନୋଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details