ଓଡିଶା

odisha

ETV Bharat / state

ଖସୁଛି ଆଳୁ, ପିଆଜ ଦର - କଟକ

ରାଜ୍ୟରେ ଧୀରେ ଧୀରେ ଖସୁଛି ଆଳୁ ପିଆଜ ଦର । କଟକ ଛତ୍ର ବଜାରରେ ମଧ୍ୟ ଆଶାଜନକ ଦର ହ୍ରାସ ପାଇଛି ।

PHOTO
ଛତ୍ରବଜାର

By

Published : Dec 30, 2019, 7:35 PM IST

କଟକ: କିଛିଦିନ ଧରି ପିଆଜ, ଆଳୁ ଦର ଆକାଶ ଛୁଆଁ ଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ କିଛି ଦିନ ଦର ଆକାଶ ଛୁଆଁ ଥିବାବେଳେ ଏବେ ଧୀରେ ଧୀରେ ଦର ଖସୁଛି ।

ଖସୁଛି ଆଳୁ ପିଆଜ ଦର

ଆଜି କଟକରେ ଆଳୁ ଦର ହୋଲସେଲରେ ୧୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ଦର କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଗତକାଲି ଆଳୁ ଦର କିଲୋପ୍ରତି ୨୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି ଏହା ୫ ଟଙ୍କା ଖସି ୨୦ ଟଙ୍କା ରେ ଖୁଚୁରାରେ ବିକ୍ରି ହେଉଛି ।


ସେହିପରି ପିଆଜ ଦର ମଧ୍ୟ କିଛି କମିଛି । ଛତ୍ରବଜାର ପରିବା ମଣ୍ଡିରେ ୩ ପ୍ରକାର ପିଆଜ ମିଳୁଛି । ବଡ ପିଆଜ କିଲୋପ୍ରତି ୭୦ ରୁ ୮୦ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଛୋଟ ପିଆଜ ୪୦ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି । ତେବେ ପାଗ ଭଲ ରହିଲେ ପିଆଜ ଦର ସ୍ବାଭାବିକ ହେବ ବୋଲି ବ୍ୟବସାୟୀ ସଂଘ ସୂଚନା ଦେଇଛନ୍ତି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details