ଓଡିଶା

odisha

ETV Bharat / state

ହାଇକୋର୍ଟରେ ଢିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ ଆବେଦନ - କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ କଲେ ଆବେଦନକାରୀ

ହାଇକୋର୍ଟରେ ପହଞ୍ଚିଲା ଢିଙ୍କିଆ ପ୍ରସଙ୍ଗ । ଘଟଣାରେ ଉପଯୁକ୍ତ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ କରାଯାଇଛି । ଅଧିକ ପଢନ୍ତୁ

ହାଇକୋର୍ଟରେ ଢ଼ିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ
ହାଇକୋର୍ଟରେ ଢ଼ିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ

By

Published : Jan 18, 2022, 6:02 PM IST

କଟକ: ହାଇକୋର୍ଟରେ ପହଞ୍ଚିଲା ଢ଼ିଙ୍କିଆ ପୋଲିସ-ଜନତା ଖଣ୍ଡଯୁଦ୍ଧ । ରୁଜୁ ହୋଇଛି ଦୁଇଟି ଜନସ୍ବାର୍ଥ ମାମଲା । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କ ମାଗଣାରେ ଚିକିତ୍ସା କରିବା ପାଇଁ ହାଇକୋର୍ଟରେ ଆବେଦନାକାରୀ ଆବେଦନ ପତ୍ରରେ ପ୍ରାର୍ଥନା କରିଛନ୍ତି ।

ହାଇକୋର୍ଟରେ ଢ଼ିଙ୍କିଆ ପ୍ରସଙ୍ଗ, ଉପଯୁକ୍ତ କ୍ଷତିପୂରଣ ପାଇଁ କୋର୍ଟରେ ଆବେଦନ

ଜମି ଅଧିଗ୍ରହଣ ନିୟମ ସଠିକ୍ ପାଳନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ପ୍ରାର୍ଥନା ହୋଇଛି । ଏହା ସହ ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର, ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନ ବରଜ ଭଙ୍ଗା ନଯାଉ, ଲୋକଙ୍କୁ ବିସ୍ଥାପିତ କରା ନଯାଉ ବୋଲି କୋର୍ଟରେ ପ୍ରାର୍ଥନା କରାଯାଇଛି। ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରାଯାଇଛି ।

ଏହାକୁ ଆଇନଜୀବୀ ସୁକାନ୍ତ ଦଳେଇ ପରିଚାଳନା କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, JSW, ପୋଲିସ ଡିଜି, ଜଗତସିଂହପୁର ଏସପି, ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି । ଜଗତସିଂହପୁର ଜିଲ୍ଲାର ଢିଙ୍କିଆ ଗ୍ରାମରେ ଚାଲିଛି ବିବାଦ । ଜିନ୍ଦଲ କମ୍ପାନୀର ପ୍ରୋଜେକ୍ଟକୁ ଗ୍ରାମବାସୀ ବିରୋଧ କରିଥିବା ଦେଖିବାକୁ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details