ଓଡିଶା

odisha

ETV Bharat / state

ସୌରୀନଙ୍କ ବିରୋଧରେ କାହିଁକି NBW ଇସ୍ୟୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା ପୋଲିସ ? - କଣ୍ଠଶିଳ୍ପୀ ସୌରୀନ ଭଟ୍ଟ

ସୌରୀନଙ୍କ ବିରୁଦ୍ଧରେ ଏନବିଡବ୍ଲୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି କମିଶନରେଟ ପୋଲିସ। ଅଧିକ ପଢନ୍ତୁ

nbw against singer sourin bhatt in court
nbw against singer sourin bhatt in court

By ETV Bharat Odisha Team

Published : Oct 5, 2023, 7:36 AM IST

NBW ଇସ୍ୟୁ ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହେଲା ପୋଲିସ ?

କଟକ:କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢିଲା ଅଡୁଆ । ଫସିବେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟ। ମହଙ୍ଗା ପଡିପାରେ ପୋଲିସକୁ ତଦନ୍ତରେ ଅସହଯୋଗ କରିବା। ବାରମ୍ବାର ନୋଟିସ ଦେବା ସତ୍ତ୍ୱେ ତଦନ୍ତରେ ସହଯୋଗ କରୁ ନାହାନ୍ତି କଣ୍ଠଶିଳ୍ପୀ ସୌରୀନ । ପୋଲିସ ଖୋଜା ଖୋଜି କରି ବିଫଳ ହେବା ପରେ ପ୍ରଥମେ ଜାରି କରିଥିଲା ଲୁକ୍‌ଆଉଟ୍‌ ସର୍କୁଲାର, ପରେ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଫ୍ରିଜ୍ ଆଉ ଏବେ ଜାମିନ ବିହୀନ ଗିରଫ ପରଓ୍ବାନା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଛି କମିଶନରେଟ୍‌ ପୋଲିସ । ଫେରାର ଥିବା କଣ୍ଠଶିଳ୍ପୀ ସୌରୀନ୍‌ ଭଟ୍ଟ ବିରୁଦ୍ଧରେ ଆଇନର ପଞ୍ଝାକୁ ଅଧିକରୁ ଅଧିକ ଶକ୍ତ କରି ଚାଲିଛି ପୋଲିସ । ତେବେ ସୌରୀନଙ୍କ ବିରୁଦ୍ଧରେ କାହିଁକି ଏପରି ଚରମ ନିଷ୍ପତ୍ତି ନେଇଛି କମିଶନରେଟ୍‌ ପୋଲିସ ସେନେଇ ପ୍ରତିକ୍ରିୟା ଦେଇଛନ୍ତି କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ।

କଟକ ଅତିରିକ୍ତ ଡିସିପି କହିଛନ୍ତି ଯେ, ସୌରୀନ ଦୀର୍ଘ ଦିନ ଧରି ଧରା ଛୁଆଁ ନେଦେବାରୁ ଏହି ପଦକ୍ଷେପ ଗ୍ରହଣ କରିଛି ପୋଲିସ । ବହୁବାର ଖୋଜାଖୋଜି କରିବା ପରେ ବି ସୌରୀନର ପତ୍ତା ମିଳୁନାହିଁ । ଏପରିକି ଧରା ଛୁଆଁ ବି ଦେଉ ନାହାଁନ୍ତି ସେ । ତେଣୁ ଆଇନ ଆନୁଯାୟୀ ପଦକ୍ଷେପ ନିଆଯାଉଛି । ଜନୈକ ଯୁବତୀ ସୌରୀନ ବିରୁଦ୍ଧରେ ଯୌନ ଶୋଷଣ ଅଭିଯୋଗ ଆଣି ମହିଳା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ଵରୁ ସୌରୀନଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍‌ କରିଛି ପୋଲିସ । ତାଙ୍କ ବିରୁଦ୍ଧରେ ଲୁକ୍‌ ଆଉଟ୍‌ ସର୍କୁଲାର ମଧ୍ୟ ଜାରି ହୋଇଛି ।

ଏହା ମଧ୍ୟ ପଢନ୍ତୁ-ସୌରୀନ ଭଟ୍ଟଙ୍କୁ ମିଳିବନି ଜାମିନ୍‌ ! NBW ପାଇଁ ଆବେଦନ କଲା କମିଶନରେଟ ପୋଲିସ

ପୂର୍ବରୁ କଲିକତାର ବ୍ୟାଙ୍କ୍‌ ଅଫ୍‌ ବରୋଦା ଓ କର୍ପୋରେସନ ବ୍ୟାଙ୍କରେ ଥିବା ସୌରୀନଙ୍କ ଦୁଇଟି ଆକାଉଣ୍ଟକୁ ଫ୍ରିଜ କରିସାରିଛି କମିଶନରେଟ ପୋଲିସ । ଏହା ସହିତ ପୋଲିସ ସୌରୀନଙ୍କ ବିରୁଦ୍ଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିସାରିଛି । ତେବେ ସୌରୀନଙ୍କୁ ଧରିବା ପାଇଁ କଲିକତା ଯାଇ ପୋଲିସ ଉଦ୍ୟମ କରିଥିଲା । କିନ୍ତୁ ତାଙ୍କ ବାବାଦରେ କୌଣସି ସୂଚନା ନମିଳିବାରୁ ଶେଷରେ ପୋଲିସ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରିବା ପାଇଁ କୋର୍ଟରେ ଆବେଦନ କରିଥିରଲା ପୋଲିସ । ସୌରୀନଙ୍କ ବିରୁଦ୍ଧରେ କଟକର ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ ଆଣି କଟକ ମହିଳା ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ ।

ମହିଳା ଥାନା ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତ ସୌରୀନ ଭଟ୍ଟଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରିନାହିଁ । ପୂର୍ବରୁ ହାଇକୋର୍ଟରୁ ଅନ୍ତରିଣ ସୁରକ୍ଷା ପାଇଁ ସୌରୀନ ଗୋଟିଏ ଥର ହିଁ ଥାନାରେ ହାଜର ହୋଇଥିଲେ । ଏହାପରେ ସେ ପୋଲିସକୁ ଆଉ ଧରା ଛୁଆଁ ନ ଦେବାରୁ ତାଙ୍କ ଦ୍ବିତୀୟ ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଥିଲେ । ପୋଲିସ ପାଖରେ ହଜାର ହେବା ପାଇଁ କୋର୍ଟ ସୌରୀନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ପରେ ତାଙ୍କର କୌଣସି ଅତ୍ତାପତ୍ତା ମିଳୁନାହିଁ । କଟକରେ ରହୁଥିବା ଅଭିଯୋଗକାରୀଙ୍କ ଅଭିଯୋଗ ମୁତାବକ ସୌରୀନ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ କରିବା ସହ ତାଙ୍କଠାରୁ 9 ଲକ୍ଷ ଟଙ୍କା ଠକେଇ କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details