କଟକ:କୋରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟରେ କୋଭିଡ କଟକଣା ଜାରି ରହିଛି । ନିୟମ ଉଲ୍ଲଂଘନ କଲେ ଅମାନିଆ ତଥା ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ କାଟୁଛି ପୋଲିସ । ହେଲେ ସବୁଠୁ ବଡ କଥା ହେଉଛି ଫାଇନ ଆଦାୟ କରିବା ପରିବର୍ତ୍ତେ ୫୦ ଟଙ୍କା ନେଇ ବିନା ରସିଦରେ ଉଲ୍ଲଂଘନକାରୀଙ୍କୁ ପୋଲିସ ଛାଡି ଦେଉଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କଟକ ଲାଲବାଗ ଥାନା ଅଞ୍ଚଳରୁ ।
ଲକଡାଉନ ସମୟରେ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ ଆଦାୟ କରି ରସିଦ ଦେବାର ନିୟମ ରହିଛି । କିନ୍ତୁ ଜଣେ ପୋଲିସ କର୍ମଚାରୀ ଫାଇନ ନେଇ ରସିଦ ଦେଇନଥିବା ଅଭିଯୋଗ ହୋଇଛି । ଜଣେ କି 2 ଜଣ ନୁହେଁ 3 ଜଣଙ୍କ ଠାରୁ ପୋଲିସ କର୍ମଚାରୀ ଏପରି କରିଥିବା ଅଭିଯୋଗ ଆଣିଛନ୍ତି ଫାଇନ ଦେଇଥିବା ବ୍ୟକ୍ତି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ପୋଲିସ କର୍ମଚାରୀ ଜଣକ ୫୦ ଟଙ୍କା ଧରିଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।