ଓଡିଶା

odisha

By

Published : Apr 18, 2023, 8:11 PM IST

ETV Bharat / state

ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

୨୦୧୭ କଟକ ସଦର ଥାନା ଅଞ୍ଚଳର ନାବାଳିକା ଦୁଷ୍କର୍ମ ମାମଲା । ଅଭିଯୁକ୍ତ ୧୦ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ପକ୍ସୋ କୋର୍ଟ । ଅଧିକ ପଢନ୍ତୁ

Etv Bharat
Etv Bharat

ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କଟକ: ୨୦୧୭ ମସିହା ନାବାଳିକା ଦୁଷ୍କର୍ମ ମାମଲା । ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଲେ କଟକ ସ୍ବତନ୍ତ୍ର ପୋକ୍ସୋ ଅଦାଲତ । ଦୁଷ୍କର୍ମ କରିବା ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ସ୍ବତନ୍ତ୍ର ପକ୍ସୋ କୋର୍ଟ। ଏଥି ସହ ୧୦ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଘଟିଥିବା ବେଳେ ନାବାଳିକା ଜଣକ ଦଶମ ଶ୍ରେଣୀରେ ପାଠ ପଢୁଥିବା ସୂଚନା ଦେଇଛନ୍ତି ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ।

ଗତ ୨୦୧୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିଲେ। ଜିଲ୍ଲା ସଦର ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ତେବେ ଅକ୍ଟୋବର ୩ ତାରିଖରେ ପୀଡ଼ିତା ଜଣକ ଦୁଷ୍କର୍ମ ହୋଇଥିବା ଖବର, ତାଙ୍କ ପରିବାର ଲୋକ ଜାଣିବାକୁ ପାଇଥିଲେ। ମାମଲା ବିବରଣୀରୁ ଜଣାପଡିଛି ଯେ ୨୦୧୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ପୀଡ଼ିତା ଜଣକ ନିଜ ଘରେ ଏକା ରହିଥିବା ବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ଜଣକ ବାହାର ପଟୁ ହାତ ପୁରାଇ କବାଟ ଖୋଲି ନାବାଳିକା ଜଣକ ସହ ଦୁଷ୍କର୍ମ କରିଥିଲା ।

ଏହା ବି ପଢନ୍ତୁ- ବ୍ଲାଉଜ ସିଲେଇକୁ କେନ୍ଦ୍ରକରି ତୁମୁଳକାଣ୍ଡ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ସବୁଠାରୁ ବଡ଼ କଥା ହେଉଛି ଏହି କଥା କାହାକୁ ନ କହିବାକୁ ଧମକ ମଧ୍ୟ ଦେଇଥିଲେ। ମାତ୍ର କିଛି ଦିନ ପରେ ପୀଡିତା ଜଣକ ସ୍କୁଲରୁ ଫେରି ଘରେ ଖାଉଥିବା ସମୟରେ ତାର ପେଟ କାଟିଥିଲା । ପୀଡ଼ିତାଙ୍କ ମା' ହସ୍ପିଟାଲକୁ ନେଇ ତାର ଚିକିତ୍ସା କରିବା ସମୟରେ ସେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କୁ ପଚାରିବାରୁ ସବୁ କଥା ମା'ଙ୍କ ଆଗରେ କହିଥିଲା । ତେବେ ଏନେଇ ଅକ୍ଟୋବର ୩ ତାରିଖରେ ପୀଡିତାଙ୍କ ମା' କଟକ ସଦର ଥାନାରେ ଏତଲା ଦେଇଥିଲେ। ଅପରାଧୀ ରବୀନ୍ଦ୍ର ବେହେରାଙ୍କ ବିରୋଧରେ ଏତଲା ଦେଇଥିଲେ।

ତେବେ କଟକ ସଦର ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ସମୁଦାୟ ୧୮ ଜଣ ସାକ୍ଷୀ, ୧୬ ଟି ଡକ୍ୟୁମେଣ୍ଟକୁ ବିଚାର କରି କୋର୍ଟ ଅଭିଯୁକ୍ତ ବିରୋଧରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡ଼ିତାକୁ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ନାବାଳିକା ଜଣକ ସେତେବେଳେ ଦଶମ ଶ୍ରେଣୀରେ ପାଠ ପଢୁଥିଲା । ଏନେଇ ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details