ଓଡିଶା

odisha

ETV Bharat / state

ରେଭେନ୍ସା ରାଗିଂ ମାମଲା: 6 ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ

ରେଭେନ୍ସା ରାଗିଂ ଅଭିଯୋଗ ପ୍ରସଙ୍ଗରେ 6 ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ରେଭେନ୍ସା କର୍ତ୍ତୃପକ୍ଷ ।

ପ୍ରତିକାତ୍ମକ ଫଟୋ

By

Published : Sep 18, 2019, 2:49 PM IST

Updated : Sep 18, 2019, 3:41 PM IST

କଟକ: ରେଭେନ୍ସା ରାଗିଂ ଅଭିଯୋଗ ପ୍ରସଙ୍ଗରେ 6 ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ରେଭେନ୍ସା କର୍ତ୍ତୃପକ୍ଷ । ହଷ୍ଟେଲ ଛାଡିବାକୁ ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳାଗତ କମିଟି ପକ୍ଷରୁ ନିଆଯାଇଛି ନିଷ୍ପତ୍ତି । ବୁଧବାର ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଦିଆଯାଇଛି ନିର୍ଦ୍ଦେଶ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସୂଚନା ଅନୁସାରେ ଜଣେ ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ ହୋଇଥିବା ଅଭିଯୋଗ ହୋଇଥିଲା । ଗତ ସୋମବାର ଦିନ ଇଷ୍ଟ ହଷ୍ଟେଲରେ ଜଣେ ପ୍ରଥମ ବର୍ଷର ଛାତ୍ର ନିଜର ଜନ୍ମଦିନ ପାଳନ କରୁଥିବା ସମୟରେ କିଛି ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସିନିଅର ଛାତ୍ରଙ୍କ ମାଡ଼ରେ ପ୍ରଥମ ବର୍ଷର ଛାତ୍ର ଆହତ ହୋଇଥିବା ଥିବା ବେଳେ ରେଭେନ୍ଶା କର୍ତ୍ତୃପକ୍ଷଙ୍କ ନିକଟରେ ଛାତ୍ରଙ୍କ ଅଭିଭାବକ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ରେଭେନ୍ସା କର୍ତ୍ତୃପକ୍ଷ ଘଟଣାକୁ ଅତି ଗୁରୁତ୍ବର ଭାବେ ଗ୍ରହଣ କରିବା ସହ ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳାଗତ କମିଟିକୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲା । ଏହାପରେ ଆଜି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 18, 2019, 3:41 PM IST

ABOUT THE AUTHOR

...view details