କଟକ: ସିଲଭରସିଟି ସାଜିଛି ଅପରାଧୀଙ୍କ ଚରାଭୁଇଁ । ରାତି ତ ରାତି ଦିନ ଦ୍ୱିପ୍ରହରରେ ମଧ୍ୟ ସୁରକ୍ଷିତ ନୁହଁନ୍ତି ସହରବାସୀ । କିଛି ଦିନ ହେବ ସହରରେ ମାତିଛି ସାଇକୋ କିଲର । ଯିଏ ସହରବାସୀ ଓ ପୋଲିସବାବୁଙ୍କ ନିଦ ହଜାଇଦେଇଛି । ତେବେ ଏହିଭଳି ସଙ୍ଗିନ ଅପରାଧକୁ ରୋକିବା ପାଇଁ ସହରରେ ହେବ ସିସିଟିଭି ବ୍ୟବସ୍ଥା ।
ଅପରାଧୀଙ୍କ ପାଇଁ ସିସିଟିଭି କବଜାରେ ସିଲଭରସିଟି - କଟକ ଖବର
ଦିନକୁ ଦିନ କଟକ ସହରରେ ବଢ଼ୁଛି ଅପରାଧ । ଗତ କିଛିଦିନରେ ସାଇକୋ କିଲର ଆତଙ୍କରେ ଆତଙ୍କିତ ହୋଇଛନ୍ତି ସହରବାସୀ । ତେବେ ଅପରାଧ ରୋକିବା ପାଇଁ ଏବେ ସିଲଭରସିଟିର ବିଭିନ୍ନ ସ୍ଥାନରେ ଲାଗିବ ସିସିଟିଭି କ୍ୟାମେରା ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ସିସିଟିଭି ବ୍ୟବସ୍ଥା ନେଇ ରାଜ୍ୟସରକାର ମଞ୍ଜୁରୀ ପ୍ରଦାନ କରି ସାରିଛନ୍ତି । ଏହା ଦ୍ୱାରା ଅପରାଧକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି। ଏହାସହିତ ସିସିଟିଭି ଲାଗିବା ଦ୍ୱାରା ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ସ୍ପୀଡ଼ ଡିଟେକ୍ଟର, ନମ୍ବର ପ୍ଲେଟ ମ୍ୟାପିଂ ଆରମ୍ଭ ହେବା ଦ୍ବାରା ଗାଡି ଚାଳକ ଧୀର ଗତିରେ ଗାଡି ଚଳାଇବେ । ଯାହାଦ୍ୱାରା ଦୁର୍ଘଟଣାକୁ ରୋକା ଯାଇପାରିବ । ତେଣୁ ଏହି ବ୍ୟବସ୍ଥା ସହରରେ ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି କଟକ ଡିସିପି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ