କଟକ: ବିପର୍ଯ୍ୟସ୍ତ ଅବସ୍ଥାରେ ସିଲଭର ସିଟି । ମହାନଗର ନିଗମ ଅଧିନରେ ଥିବା ସମସ୍ତ ୱାର୍ଡର ସ୍ଥିତି ସଙ୍ଗୀନ । ଜରାଜୀର୍ଣ୍ଣ ଅବସ୍ଥାରେ ସହରର ରାସ୍ତାଘାଟ । ନାଳନର୍ଦ୍ଦମା କଥା ନକହିବା ଭଲ । ଟିକିଏ ବର୍ଷା ହେଲେ ସବୁଆଡେ ଆଣ୍ଠୁଏ ପାଣି । ବିଭିନ୍ନ ସମସ୍ୟାରେ ସନ୍ତୁଳିତ ସହରବାସୀ । ସମାଧାନ ପାଇଁ ବୁଧବାର ସିଏମସି କମିଶନରଙ୍କୁ ଭେଟିଛନ୍ତି ବିଜେପି ଯୁବମୋର୍ଚ୍ଚା ।
ଜାଇକା ଯନ୍ତ୍ରଣା; ସିଏମସି କମିଶନରଙ୍କୁ ଭେଟିଲେ ବିଜେପି ଯୁବମୋର୍ଚ୍ଚା
ବିଭିନ୍ନ ସମସ୍ୟାରେ କାଳାତିପାତ କରୁଛି କଟକ ସହର । ଜରାଜୀର୍ଣ୍ଣ ଅବସ୍ଥାରେ ସହରର ରାସ୍ତାଘାଟ ଓ ନାଳନର୍ଦ୍ଦମା । ମହାନଗର ନିଗମ ଅଧିନରେ ଥିବା ସମସ୍ତ ୱାର୍ଡର ସ୍ଥିତି ସଙ୍ଗୀନ । ଏନେଇ ବିଜେପି ଯୁବମୋର୍ଚ୍ଚା ସିଏମସି କମିଶନରଙ୍କୁ ଭେଟି ସମସ୍ୟା ଜଣାଇଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ତେବେ ଯୁବ ମୋର୍ଚ୍ଚାଙ୍କ କହିବା କଥା ହେଲା କମିଶନରଙ୍କୁ ଦାୟିତ୍ବ ନେବାର 2 ମାସରୁ ଊର୍ଦ୍ଧ୍ବ ସମୟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସହରରେ ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ନେଇ ସହରବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି । ବିଶେଷକରି ଜାଇକା ପ୍ରକଳ୍ପର ପ୍ରାଦୁର୍ଭାବ ଯୋଗୁଁ ସାଧାରଣ ଜନତା ଅସ୍ତବ୍ୟସ୍ତ । ତେବେ ଆଗାମୀ ଦିନ ମାନଙ୍କରେ କଟକର ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିବା ନେଇ କର୍ମୀଙ୍କୁ ସୂଚନା ଦେଇଛନ୍ତି କମିଶନର ଅନନ୍ୟା ଦାସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ
Last Updated : Aug 14, 2019, 6:50 PM IST