କଟକ: ଅଙ୍ଗନବାଡି କେନ୍ଦ୍ରରେ ଝୁଲୁଛି ତାଲା । କଟକ ବାଙ୍କି ବ୍ଲକ ଅନ୍ତର୍ଗତ ପଣ୍ଡାଳମ ଗ୍ରାମରେ 2ମାସ ଧରି ବନ୍ଦ ରହିଛି ଅଙ୍ଗନବାଡି କେନ୍ଦ୍ର । ଏହାଦ୍ବାରା କୁନି କୁନି ପିଲାଙ୍କ ମାନସିକ ଓ ଶିକ୍ଷାର ଉନ୍ନତି କ୍ଷେତ୍ରରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅବିଭାବକ ।
ଖୋଲି ପାରୁନି ଅଙ୍ଗନବାଡି କେନ୍ଦ୍ର, 2 ମାସରୁ ଝୁଲୁଛି ତାଲା !
ଏହାଦ୍ବାରା କୁନି କୁନି ପିଲାଙ୍କ ମାନସିକ ଓ ଶିକ୍ଷାର ଉନ୍ନତି କ୍ଷେତ୍ରରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଅବିଭାବକ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ସୂଚନା ଅନୁସାରେ, ଏହି ଗ୍ରାମରେ ୩ ଟି ଅଙ୍ଗନବାଡି କେନ୍ଦ୍ର ରହିଥିଲେ ମଧ୍ୟ ୨ ମାସ ହେବ ଅଚଳ ହୋଇ ପଡିରହିଛି । ଏହି ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକରେ ପିଲାଙ୍କୁ ସଠିକ ଭୋଜନ ଦିଆଯାଉ ନଥିବାବେଳେ ପାଠପଢା ମଧ୍ୟ ଠିକ ଭାବେ ହେଉ ନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଅଙ୍ଗନବାଡି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ବି ଏଥିପ୍ରତି କାହାର ନିଘା ନଥିବାରୁ ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନଵାଚି ସୃଷ୍ଟି ହୋଇଛି ।