କଟକ:ଆସନ୍ତା ଏପ୍ରିଲ ୯ ରେ ହେବ ଓଟିଇଟି ପରୀକ୍ଷା । ଦୁଇଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂରେ ପେପର (୧) ଓ ଦ୍ୱିତୀୟ ସିଟିଂ ରେ ପେପର (୨) ପରୀକ୍ଷା କରାଯିବ । ପ୍ରଥମ ସିଟିଂ (ପେପର- ୧) ପରୀକ୍ଷା ସକାଳ ୮ ଟାରୁ ଆରମ୍ଭ ହୋଇ ୧୦ ଟା ୩୦ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ଵିତୀୟ ସିଟିଂ ପରୀକ୍ଷା (ପେପର -୨) ଅପରାହ୍ନ ୧୨ ଟାରୁ ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ।
ଏପ୍ରିଲ ୯ରେ ଓଟିଇଟି ପରୀକ୍ଷା, ଗୁରୁବାର ଠୁ ମିଳିବ ଆଡମିଟ କାର୍ଡ - ଓଟିଇଟି ପରୀକ୍ଷା
ଆସନ୍ତା ଏପ୍ରିଲ ୯ରେ ହେବ ଓଟିଇଟି ପରୀକ୍ଷା । ପ୍ରଥମ ସିଟିଂରେ ପେପର (୧) ଓ ଦ୍ୱିତୀୟ ସିଟିଂରେ ପେପର (୨) ପରୀକ୍ଷା କରାଯିବ । ଅଧିକ ପଢନ୍ତୁ...
ଏପ୍ରିଲ ୯ ରେ ଓଟିଇଟି ପରୀକ୍ଷା, ଗୁରୁବାରଠୁ ମିଳିବ ଆଡମିଟ କାର୍ଡ
ଚଳିତ ବର୍ଷ ୪୯୧ଟି କେନ୍ଦ୍ରରେ ୧ ଲକ୍ଷ ୨୫ ହଜାର ୮୮୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେହିପରି ଗୁରୁବାର ସକାଳ ୧୦ ଟାରୁ ଏହି ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟରୁ ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ। www.bseodisha.ac.in ୱେବ ସାଇଟକୁ ଲଗ-ଇନ କରି ପରୀକ୍ଷାର୍ଥୀମାନେ ନିଜ ନିଜର ପଞ୍ଜିକୃତ ନମ୍ବର କିମ୍ବା ଇମେଲ ଆଇଡ଼ି ବ୍ୟବହାର କରି ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ