କଟକ:ଆଜି(ଗୁରୁବାର)ଠୁ ଆରମ୍ଭ ହୋଇଛି ଓଡିଶା ପ୍ରଶାସନିକ ସେବା ୨୦୨୦ର ମୁଖ୍ୟ ପରୀକ୍ଷା(OPSC Main exam starts from tody) । ରାଜ୍ୟର ବିଭିନ୍ନ ସହରର ୧୬ଟି କେନ୍ଦ୍ରରେ ୪୭୫୪ ଆଶାୟୀ ପ୍ରାର୍ଥୀ ଏହି ପରୀକ୍ଷା ଦେଉଛନ୍ତି । କୋଭିଡ଼ କଟକଣା ମଧ୍ୟରେ ଏହି ପରୀକ୍ଷା କରିବା ପାଇଁ ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ପୂର୍ବାହ୍ନ ୯ ଟାରୁ ୧୨ ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଓ ଅପରାହ୍ନ ୨ଟାରୁ ୫ ଟା ପର୍ଯ୍ୟନ୍ତ ଦ୍ବିତୀୟ ସିଟିଂ ପରୀକ୍ଷା ଚାଲିବ। ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ମାନଙ୍କୁ N-95 ମାସ୍କ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ପରୀକ୍ଷାର୍ଥୀ କରି ପାରିବେ ନାହିଁ । ପରୀକ୍ଷାର୍ଥୀ ନିଜସ୍ଵ ଛୋଟ ସାନିଟାଇଜର ସାଙ୍ଗରେ ନେଇ ଯିବେ। କୋଭିଡ-୧୯ର ସମସ୍ତ ଗାଇଡ଼ଲାଇନ ହଲ୍ ଭିତରେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି ।