ଓଡିଶା

odisha

By

Published : Dec 16, 2019, 9:20 AM IST

Updated : Dec 16, 2019, 9:46 AM IST

ETV Bharat / state

ବାରବାଟୀ ଦିନିକିଆ: ଆଜିଠୁ ଅଫଲାଇନରେ ଟିକେଟ ବିକ୍ରି

ତୃତୀୟ ଏକ ଦିବସୀୟ ମ୍ୟାଚ ଟିକେଟ ଆଜି(ସୋମବାର)ଠାରୁ ଅଫଲାଇନରେ ବିକ୍ରି କରାଯିବ । ସୋମବାର ଓ ମଙ୍ଗଳବାର ଅର୍ଥାତ ଦୁଇଦିନ ଧରି ଅଫଲାଇନରେ ଟିକେଟ ବିକ୍ରି କରାଯିବ ।

_offline ticket selling starts from today
କଟକରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀରେ ଖେଳାଯିବ ତୃତୀୟ ଏକ ଦିବସୀୟ ମ୍ୟାଚ । ଆସନ୍ତା 22 ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟିକେଟ ଆଜି(ସୋମବାର)ଠାରୁ ଅଫଲାଇନରେ ବିକ୍ରି କରାଯିବ । ସୋମବାର ଓ ମଙ୍ଗଳବାର ଅର୍ଥାତ ଦୁଇଦିନ ଧରି ଅଫଲାଇନରେ ଟିକେଟ ବିକ୍ରି କରାଯିବ ।

କଟକରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ

ଓସିଏ କନଫରେନ୍ସ ହଲରେ ଟିକେଟ ବିକ୍ରି ସହ ଅନୁବନ୍ଧିତ ସ୍କୁଲ ,କଲେଜ କ୍ଲବ ଇତ୍ୟାଦି ଗୁଡିକୁ ଟିକେଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଟିକେଟ ବିକ୍ରି ଚାଲିବ । ଓସିଏ ପକ୍ଷରୁ ୮ ହଜାର ୯ ଶହ ୪୬ଟି ଟିକେଟ ବିକ୍ରି ପାଇଁ ଧାର୍ଯ୍ୟ କରାଯାଇଛି । ତେବେ ଏଥିରୁ ଯେଉଁ ଟିକେଟ ବଳିବ ତାହା କାଉଣ୍ଟରରେ ଆସନ୍ତା ୧୯ ଓ ୨୦ ତାରିଖରେ ୧୨ ଟି କାଉଣ୍ଟରରେ ବିକ୍ରୟ କରାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 16, 2019, 9:46 AM IST

ABOUT THE AUTHOR

...view details