କଟକ: କୋରୋନା ମହାମାରୀ ପାଇଁ ପ୍ରଭାବିତ ହୋଇଛି ରାଜ୍ୟର ପର୍ଯ୍ୟଟନ । ଓଡିଶା ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ସବୁ ଦିଗରେ ଆଗରେ ରହିଛି ଓଡିଶା । ଏହି ଭୁଷୁଡି ପଡିଥିବା ପର୍ଯ୍ୟଟନ ଶିଳ୍ପକୁ ପୁଣି ଟ୍ରାକକୁ ଫେରିଆଣିବା ଓ ପର୍ଯ୍ୟଟଙ୍କଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସିଦ୍ଧାର୍ଥ ବେହେରା ।
ବାଲୁକା କଳାରେ ଶୋଭା ପାଉଛି ଓଡ଼ିଶା ପର୍ଯ୍ୟଟନ । କୋଭିଡ ଯୋଗୁଁ ଓଡିଶାରେ ପର୍ଯ୍ୟଟକଙ୍କ ସଂଖ୍ୟା ଶୁନ ହୋଇଯାଇଥିଲା । ତେବେ ଲକଡାଉନ ଓ କୋଭିଡ ଧୀରେ ଧୀରେ ହ୍ରାସ ପାଇଲା ପରେ ପର୍ଯ୍ୟଟକଙ୍କ ଆସିବା ଧୀରେ ଧୀରେ ବୃଦ୍ଧି ପାଉଛି । ଯାହାକୁ ଆଖି ଆଗରେ ରଖି ପର୍ଯ୍ୟଟଙ୍କଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ବାଲୁକା କଳାରେ ଓଡିଶାର ପର୍ଯ୍ୟଟନକୁ ସ୍ଥାନ ଦେଇଛନ୍ତି ସିଦ୍ଧାର୍ଥ ।