ଓଡିଶା

odisha

ETV Bharat / state

ପରୀ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ - Pari death case

ପରୀ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ
ପରୀ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ

By

Published : Dec 18, 2020, 6:01 PM IST

Updated : Dec 18, 2020, 6:22 PM IST

17:54 December 18

ପରୀ ହତ୍ୟା ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ

ପରୀ ମାମଲାରେ ଓଡିଶା ପୋଲିସର ସ୍ପଷ୍ଟୀକରଣ

କଟକ: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସଆଇଟି ତଦନ୍ତ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଡିଜିପି ।  ଏସଆଇଟି ବିରୁଦ୍ଧରେ ମିଥ୍ୟା ଆରୋପ ଲାଗାଯାଉଛି । ଟିମ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି ସ୍ପଷ୍ଟ କଲେ ଡିଜିପି ।

ଏହି ଘଟଣାରେ ଯେଉଁ ଭଳି ଭାବେ ଏସଆଇଟିର ତଦନ୍ତ ଉପରେ ପ୍ରଶ୍ନ ଉଠିବା ପରେ ଏହାକୁ କାଉଣ୍ଟର କରି ଏକ ପ୍ରେସ ରିଲିଜ ମାଧ୍ୟମରେ ନିଜର ଜବାବ ରଖିଛନ୍ତି ରାଜ୍ୟ ପୋଲିସର ମହାନିର୍ଦ୍ଦେଶକ ଅଭୟ । ଏସଆଇଟି ବିରୁଦ୍ଧରେ ମିଥ୍ୟା ଆରୋପ ଲାଗାଯାଉଛି । ଟିମ ପ୍ରମାଣ ସଂଗ୍ରହ ଦିଗରେ କାର୍ଯ୍ୟ କରୁଛି ଏବଂ ତଦନ୍ତରେ ଅନେକ ଅଗ୍ରଗତି ଆସିଛି । ଅନୁସନ୍ଧାନରେ ପୁରା ଗାଁ ସହଯୋଗ କରୁଛି । 

ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି । ଜଣେ ବ୍ୟକ୍ତିଙ୍କ ଦ୍ବାରା ହୋଇଥିବା ଅଭିଯୋଗକୁ ଏସଆଇଟିର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ହେଉଛି । ଏହା ତଦନ୍ତକାରୀ ଟିମର ମନୋବଳ ଦୁର୍ବଳ କରିପାରେ । ଏହି ମାମଲାଟି ହାଇକୋର୍ଟଙ୍କ ଦ୍ବାରା ମନିଟର କରାଯାଉଛି । ଏହାର ଅଗ୍ରତିତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯାଉଛି । ଏକ ନିରପେକ୍ଷ ଭାବେ ତଦନ୍ତ କରାଯାଉଛି ଏବଂ ପିଡିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଓଡିଶା ପୋଲିସ ପ୍ରତିବଦ୍ଧ ବୋଲି କହିଛନ୍ତି ଡିଜିପି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 18, 2020, 6:22 PM IST

ABOUT THE AUTHOR

...view details