କଟକ: ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ପରେ ସଜାଗ ପ୍ରଶାସନ । ବିପଦ ସଙ୍କେତ ଜିଲ୍ଲାମାନଙ୍କରେ ବର୍ତ୍ତମାନ ସୁଦ୍ଧା 20ଟି ଟିମ ପହଞ୍ଚିସାରିଛି । ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ ହେବାକୁ ଥିବାବେଳେ ଏହାର ପ୍ରଭାବ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ସମ୍ଭାବନା ରହୁଛି ।
'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଟିମ
ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗରୁ ଆକଳନ କରାଯାଇଛି । ହେଲେ ଏହାର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯାହାକୁ ନେଇ ପ୍ରସ୍ତୁତ ରହିଛି ଓଡ୍ରାଫ ଟିମ ।
'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଟିମ
ଘଣ୍ଟା ପ୍ରତି 80ରୁ 90 କିମି ପବନର ବେଗର ରହିବ । ଯଦ୍ବାରା ଗଛ ଭାଙ୍ଗି ରାସ୍ତା ଅବରୋଧ ହୋବର ସମ୍ଭାବନା ରହୁଛି । ସେଥିପାଇଁ କଟକରେ ମେସିନର ବ୍ୟବସ୍ଥା କରିଯାଇଛି । ସେହିପରି ଆସ୍କା ଲାଇଟ ଓ ବୋଟ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ସହ ବାତ୍ୟାର ମୁକାବିଲ କରିବାରେ ସକ୍ଷମ ହେବ ଓଡ୍ରାଫ ଟିମ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ