ଓଡିଶା

odisha

ETV Bharat / state

Manja Thread: ହାଇକୋର୍ଟଙ୍କ ନିର୍ଦ୍ଦେଶ କଡା ନଜର ରଖନ୍ତୁ ଜିଲ୍ଲାପାଳ

ମାଞ୍ଜା ସୂତାର ବ୍ୟବହାର ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡ଼ୁଥିବାରୁ ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ରହିଛି। ପ୍ରତ୍ୟେକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି। ବିଶେଷକରି ମାଞ୍ଜା ସୂତା ବ୍ୟବହାର କାରଣରୁ ଅନେକ ଲୋକଙ୍କ ବେକ କଟି ପ୍ରାଣ ଚାଲି ଯାଉଛି । କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି। ଅଧିକ ପଢନ୍ତୁ

By

Published : Jan 9, 2023, 9:19 PM IST

ହାଇକୋର୍ଟଙ୍କ ନିର୍ଦ୍ଦେଶ କଡା ନଜର ରଖନ୍ତୁ ଜିଲ୍ଲାପାଳ
ହାଇକୋର୍ଟଙ୍କ ନିର୍ଦ୍ଦେଶ କଡା ନଜର ରଖନ୍ତୁ ଜିଲ୍ଲାପାଳ

କଟକ: ହାଇକୋର୍ଟରେ ମାଞ୍ଜା ସୂତା ପ୍ରସଙ୍ଗ। ମାମଲାର ଶୁଣାଣି କରି ଏଥିପ୍ରତି କଡା ନଜର ରଖିବାକୁ କଟକ ଜିଲ୍ଳାପାଳ ଙ୍କୁ ନିର୍ଦ୍ଦେଶ । ଏପ୍ରିଲ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବିଶେଷକରି ମାଞ୍ଜା ସୂତା ପ୍ରସ୍ତୁତ ଉପରେ କଟକଣା ଲଗାଇବାକୁ କଣ କଣ ପଦକ୍ଷେପ ନିଆଯାଇଛି ଆଦି ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମାଞ୍ଜା ସୂତାର ବ୍ୟବହାର ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡ଼ୁଥିବାରୁ ଏହି ଅବସରରେ ଗୁଡି ଉଡାଇବାର ପରମ୍ପରା ରହିଛି । ପ୍ରତ୍ୟେକ ବର୍ଷ ଏହି ଗୁଡି ଉଡାଇବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଉଛି। ବିଶେଷକରି ମାଞ୍ଜା ସୂତା ବ୍ୟବହାର କାରଣରୁ ଅନେକ ଲୋକଙ୍କ ବେକ କଟି ପ୍ରାଣ ଚାଲି ଯାଉଛି । କଟକ ସହରରେ ମଧ୍ୟ ଗତ ୩ ବର୍ଷ ମଧ୍ୟରେ ଏକାଧିକ ଲୋକଙ୍କ ଜୀବନ ଯାଇଛି ।

ଅନେକ ଲୋକ ଏହା ଦ୍ୱାରା ଗୁରୁତ୍ୱର ଆହତ ମଧ୍ୟ ହେଉଛନ୍ତି । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଗୁଡି ଉଡା ଉପରେ କଟକଣା ଯଦିଓ ଲାଗୁ କରାଯାଇଥିଲା ମାତ୍ର କଟକଣା କେବଳ କାଗଜ କଲମରେ ସୀମିତ ରହି ଯାଇଛି। ଅନେକ ବ୍ୟକ୍ତି ଏହି ନିୟମ କୁ ଉଲଂଘନ କରି ମାଞ୍ଜା ସୂତା ରେ ଗୁଡି ଉଡାଉଛନ୍ତି। ଅନେକ ଦୋକାନ ବଜାରରରେ ଏହି ମାଞ୍ଜା ସୂତା ରେ ତିଆରି ଗୁଡି ମଧ୍ୟ ବିକ୍ରୟ ହେଉଛି। ଫଳରେ ଆଗକୁ ଆହୁରି ଅଘଟଣ ଘଟିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ତେବେ ମାଞ୍ଜା ସୂତା ବିକ୍ରୟ ଉପରେ ସମ୍ପୁର୍ଣ୍ଣ ବ୍ୟାନ କରାଯିବା ଆବଶ୍ୟକତା ରହିଛି। ଏପରିକି ଯେଉଁ ମାନେ ତିଆରି କରିବେ, କିମ୍ବା ବିକ୍ରୟ କରିବେ ଏବଂ ବ୍ୟବହାର କରିବେ ସେମାନଙ୍କ ଉପରେ ଦୃଢ଼ ପଦକ୍ଷେପ ନେବାକୁ ଆବେଦନକାରୀ କୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।

ମାଞ୍ଜା ସୂତା ବିକ୍ରି ଏବଂ ବ୍ୟବହାର ଉପରେ କଟକଣାକୁ ଜୋରଦାର କରାଯିବ। କଟକର କୌଣସି ଦୋକାନରେ ଯେପରି ଏହି ସୂତା ବିକ୍ରି ନହେବ ସେନେଇ ସଜାଗ ରହିବାକୁ ସହରର ସମସ୍ତ ଥାନାଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର। ଏପରିକି କୌଣସି ବ୍ୟକ୍ତି ମଧ୍ୟ ଏହି ମାଞ୍ଜାସୂତା ବ୍ୟବହାର ନକରିବେ ସେଥିପ୍ରତି ଥାନାଧିକାରୀ ମାନେ କଡା ନଜର ରଖିବେ। କେବଳ ସେତିକି ନୁହେଁ ଯଦି କେହି ନିୟମ କୁ ଉଲଂଘନ କରି ମାଞ୍ଜା ସୂତା ବିକ୍ରି କିମ୍ବା ବ୍ୟବହାର କରନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କଡା ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜନସାଧାରଣ ଏଥିପ୍ରତି ସଜାଗ ରହିବାକୁ ଡିସିପି ଅନୁରୋଧ କରିଛନ୍ତି।

ସେହିପରି ଦୋକାନ ବଜାର ଗୁଡିକରେ କଡା ଚେକିଂ କରିବ ପୋଲିସ । ଯେଉଁ ଦୋକାନରେ ଏହା ବିକ୍ରୟ ହେଉଥିବ, ସମ୍ପୃକ୍ତ ଦୋକାନକୁ ସିଲ କରାଯିବ ବୋଲି ଡିସିପି କହିଛନ୍ତି । ଗୁଡି ଉପରେ କଟକଣା ଲାଗୁ କରିବାକୁ ହାଇକୋର୍ଟ ରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା । ନାଇଲନ ସୂତା, ପ୍ଲାଷ୍ଟିକ ସୂତା ଓ ମାଞ୍ଜା ସୁତାର ପ୍ରସ୍ତୁତି, ବିକ୍ରୀ ଓ ଗୁଡ଼ି ଉଡା ଉପରେ ସଂପୂର୍ଣ୍ଣ ବ୍ୟାନ କରିବା ପାଇଁ କୋର୍ଟରେ ଆବେଦନକାରୀ ପ୍ରାର୍ଥନା କରିଥିଲେ । ପୁଷ୍ପାଞ୍ଜଳି ମହାପାତ୍ରଙ୍କ ପକ୍ଷରୁ ରୁଜୁ କରାଯାଇଥିବା ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଏବଂ ପରିବେଶ ବିଭାଗ ସଚିବ, ପୋଲିସ ଡିଜି, ଡିସିପି ଏବଂ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

ଇଟିଭି ଭାରତ, କଟକ

ABOUT THE AUTHOR

...view details