ଓଡିଶା

odisha

ETV Bharat / state

E-FIR ପଞ୍ଜୀକରଣ ପ୍ରସଙ୍ଗ, ଜବାବ ତଲବ କଲେ ହାଇକୋର୍ଟ - ଜବାବ ତଲବ

ରାଜ୍ୟରେ ଇ-ଏଫଆଇଆର ପଞ୍ଜୀକରଣ ପ୍ରସଙ୍ଗ (E-FIR filed matter) । ଏନେଇ ଜବାବ ଦାଖଲ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ (Odisha High Court) । ଅଧିକ ପଢନ୍ତୁ

E-FIR ପଞ୍ଜୀକରଣ ପ୍ରସଙ୍ଗ, ଜବାବ ତଲବ କଲେ ହାଇକୋର୍ଟ
E-FIR ପଞ୍ଜୀକରଣ ପ୍ରସଙ୍ଗ, ଜବାବ ତଲବ କଲେ ହାଇକୋର୍ଟ

By

Published : Dec 5, 2022, 10:20 PM IST

କଟକ: ଇ-ଏଫଆଇଆର୍ (E-FIR) ପଞ୍ଜୀକରଣ ବ୍ୟବସ୍ଥା ପ୍ରସଙ୍ଗରେ ଜବାବ ଦାଖଲ କରିଛନ୍ତି ଓଡିଶା ହାଇକୋର୍ଟ (Odisha High Court) । ୧୫ ଦିନ ଭିତରେ ଜବାବ ଦାଖଲ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଇ-ଏଫଆଇଆର ପଞ୍ଜୀକରଣ ସମ୍ଭାବନା ପ୍ରସଙ୍ଗ ଅନୁଧ୍ୟାନ କରିବାକୁ ଡିଜିଙ୍କୁ ହାଇକୋର୍ଟ କହିଛନ୍ତି। ଇ-ଏଫଆଇଆର ପଞ୍ଜୀକରଣ ଦ୍ବରା ମହିଳାଙ୍କ ବିରୋଧରେ ହେଉଥିବା ଅପରାଧିକ ଘଟଣାର ମୁକାବିଲା କରାଯାଇ ପାରିବ। ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇ ପାରିବ ବୋଲି ହାଇକୋର୍ଟ କହିଛନ୍ତି। ୨୦୨୩, ଜାନୁଆରୀ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ମାମଲାର ବିବରଣୀରୁ ପ୍ରକାଶ ଯେ ପୋଲିସ ନିଷ୍କ୍ରିୟତା ଅଭିଯୋଗ କରି ଆବେଦନକାରୀ ଝରଣାବାଳା ପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ଏହା ବି ପଢନ୍ତୁ- OTM ISSUE: ଜିଲ୍ଲା ପ୍ରଶାସନ ହାତକୁ ଗଲା ଓଟିଏମର ୫୨୧ ଏକର ଜମି

ଗତ ୧ ତାରିଖରେ ହାଇକୋର୍ଟ ମାମଲାର ଶୁଣାଣି କରି କଟକ ସଦର ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ଭର୍ଚ୍ଚୁଆଲ ମୋଡ୍‌ରେ ସଦର ଥାନା ଆଇଆଇସି ରଶ୍ମୀରଞ୍ଜନ ମହାପାତ୍ର ବ୍ୟକ୍ତିଗତ ଭାବେ ହାଜର ହୋଇ ଆବେଦନକାରୀଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ମାମଲା ରୁଜୁ କରାଯାଇଛି ବୋଲି ଦର୍ଶାଇଥିଲେ। ଅନ୍ୟପକ୍ଷରେ ମହିଳାଙ୍କ ବିରୋଧରେ ଅପରାଧିକ ମାମଲାରେ ଏତଲା ପଞ୍ଜୀକରଣ କ୍ଷତ୍ରରେ ନିଷ୍କ୍ରିୟତା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ପୋଲିସ ଡିଜିଙ୍କ ନିକଟରୁ ଜବାବ ତଲବ କରିଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details