ନିଆଳି: ରାଧାରାଣୀଙ୍କ ଓଡ଼ିଆଣୀ ବେଶ । ପବିତ୍ର ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରାଧାରାଣୀ । ରାଧାପାଦ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । କଟକ ଜିଲ୍ଲା ନିଆଳି ବ୍ଲକର ନୂଆଗାଁ ରାଧାକାନ୍ତ ମଠ ପରିସରରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିବାବେଳେ ମା'ଙ୍କ ପାଦ ଛୁଇଁବାକୁ ମଠ ପକ୍ଷରୁ ବାରଣ କରାଯାଇଲା ।
ବର୍ଷରେ ଗୋଟିଏ ଦିନରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି । କେବଳ ଅଁଳା ନବମୀରେ ରାଧା ପାଦ ଦର୍ଶନ କରାଯାଇଥାଏ । ବିଶ୍ବାସ ରହିଛି, ଏହିଦିନ ମା'ଙ୍କର ପାଦ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳେ । ତେବେ ନିଆଳି ବ୍ଲକର ନୂଆଗାଁ ରାଧାକାନ୍ତ ମଠ ପରିସରରେ ମଧ୍ୟ ଓଡ଼ିଆଣୀ ବେଶରେ ସଜ୍ଜିତ ହୋଇଛନ୍ତି ରାଧାରାଣୀ । ସକାଳେ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି । ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି ।