ଓଡିଶା

odisha

ETV Bharat / state

ବାରବାଟୀ ବ୍ୟାଟେଲ: ଖେଳାଳିଙ୍କ ପାଇଁ ପ୍ରସ୍ତୁତ ସ୍ପା ସେଣ୍ଟର-ଜିମ୍‌ - ଓସିଏ ସ୍ପା ସେଣ୍ଟର

ଶନିବାର ଅଭ୍ୟାସ ମ୍ୟାଚ । ଏଥିପାଇଁ ବାରବାଟୀରେ ହୋଇଛି ଅନେକ ବ୍ୟବସ୍ଥା । ଖେଳାଳିମାନଙ୍କ ଚୁଟି କାଟିବା, ସେଭିଂ ହେବା , ବଡି ମସାଜ କରିବା ପାଇଁ ଓସିଏ ସ୍ପା’ ସେଣ୍ଟରରେ ବ୍ୟବସ୍ଥା ହୋଇଛି ।

oca
oca

By

Published : Dec 20, 2019, 9:39 PM IST

କଟକ: ହାତରେ ଗୋଟିଏ ଦିନ । ତାପରେ ମହାଲଢେଇ । କମ୍ପିବ ବାରବାଟୀ ଷ୍ଟାଡିୟମ । ଭାରତ ଓ ୱେଷ୍ଟେଇଣ୍ଡିଜ ହେବେ ମୁଁହାମୁହିଁ । ତେବେ ଆସନ୍ତାକାଲି ହେବ ଅଭ୍ୟାସ । 2ଦଳ ସମୟାନୁସାରେ ଗ୍ରାଉଣ୍ଡରେ ପହଁଚି ଅଭ୍ୟାସ କରିବେ । ଅଭ୍ୟାସ ଆରମ୍ଭ ଏବଂ ସରିଲା ପରେ ସେମାନଙ୍କ ପାଇଁ ବାରବାଟୀରେ ହୋଇଛି ଅନେକ ବ୍ୟବସ୍ଥା । ଯାହାକୁ ଜଣେ ଫ୍ୟାନ୍ସ ଜାଣିବା ନିହାତି ଆବଶ୍ୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆସନ୍ତାକାଲି 10ଟା ସମୟରେ ଭାରତ ଗ୍ରାଉଣ୍ଡରେ ଅଭ୍ୟାସ କରିବ । ଏହାସହିତ ଇଣ୍ଡିଜ ଦିନ 2ଟା ସମୟରେ ମଧ୍ୟ ନେଟସରେ ଝାଳ ବୁହାଇବ । ତେବେ ଏହି ଅଭ୍ୟାସ ପୂର୍ବରୁ କିମ୍ବା ପରେ ଖେଳାଳିଙ୍କୁ ଦିଆଯିବ ବିଶ୍ରାମ । ଆଉ ଏହି ଆରାମ ସମୟରେ ଖେଳାଳିଙ୍କ ପାଇଁ ସ୍ପା’ର ବ୍ୟବସ୍ଥା କରିଛି ଓସିଏ ।

ଯେଉଁଥିରେ ଖେଳାଳିମାନଙ୍କର ଚୁଟି କାଟିବା, ସେଭିଂ ହେବା , ବଡି ମସାଜ କରିବା ଇତ୍ୟାଦି ରହିଛି । ତେବେ ଏହି ମ୍ୟାଚ ପାଇଁ ଓସିଏ ସ୍ପା ସେଣ୍ଟରରେ ଏକ ପ୍ରକାର ଉତ୍ସାହ ଦେଖାଦେଇଛି । କାରଣ ବିରାଟ, ରୋହିତ, ଜାଡେଜା ନିଶ୍ଚୟ ସ୍ପା’ ସେଣ୍ଟର ଆସିବେ । ତେବେ ପ୍ରିୟ ଖେଳାଳିଙ୍କ ସେବା କରିବା ସୌଭାଗ୍ୟର କଥା ବୋଲି କହିଛନ୍ତି ସ୍ପା ସେଣ୍ଟରର କର୍ମଚାରୀ ଶୁଭଶ୍ରୀ ।

ଅନ୍ୟପଟେ ମ୍ୟାଚ ପୂର୍ବରୁ କିମ୍ବା ଅଭ୍ୟାସ ପୂର୍ବରୁ ଜିମ ଯିବା ପାଇଁ ଭଲ ପାଆନ୍ତି ଉଭୟ ଭାରତ ଓ ଇଣ୍ଡିଜ ଦଳର ଖେଳାଳି । ସେଥିପାଇଁ ଓସିଏ ଜିମ୍‌ ମଧ୍ୟ ପ୍ରସ୍ତୁତ । ଯେଉଁଥିରେ ଅନେକ ନୂତନ ସାମଗ୍ରୀ ରହିଛି । ଯାହାଦ୍ବାରା ଖେଳାଳିମାନେ ମଧ୍ୟ ଜିମରେ ଝାଳ ବୁହାଇ ପାରିବେ ।

ତେବେ ଖେଳାଳିଙ୍କୁ ଫୁରସତ ମିଳିଲେ ସେମାନେ ଓସିଏ ମଧ୍ୟରେ ଥିବା ସୁଇମିଙ୍ଗ ପୁଲରେ ମଧ୍ୟ ଜଳକ୍ରୀଡା କରି ପାରନ୍ତି ବୋଲି ଓସିଏ ପକ୍ଷରୁ ସୂଚନା ମିଳିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

ABOUT THE AUTHOR

...view details