ଓଡିଶା

odisha

ETV Bharat / state

ଶହୀଦଙ୍କୁ ଶେଷ ସଲାମ: ମାଟିରେ ମିଶିଲା ଯବାନଙ୍କ ପାର୍ଥିବ ଶରୀର

ପଞ୍ଚଭୂତରେ ଲୀନ ହେଲା ଶହୀଦ ମନୋଜ ବେହେରାଙ୍କ ଶରୀର । ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ତୋପ ସଲାମୀ ସହ ଶେଷ ହୋଇଛି ସମସ୍ତ କାର୍ଯ୍ୟକ୍ରମ ।

By

Published : Feb 17, 2019, 12:29 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ପଞ୍ଚଭୂତରେ ଲୀନ ହେଲା ଶହୀଦ ମନୋଜ ବେହେରାଙ୍କ ଶରୀର । ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ । ତୋପ ସଲାମୀ ସହ ଶେଷ ହୋଇଛି ସମସ୍ତ କାର୍ଯ୍ୟକ୍ରମ । ଯବାନଙ୍କୁ ଦିଆଯାଇଛି ଶେଷ ସଲାମ ।

ହଜାର ହଜାର ସଂଖ୍ୟାରେ ଲୋକେ ଶହୀଦଙ୍କୁ ସଲାମ କରୁଛନ୍ତି । ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ସାଲ୍ୟୁଟ କରୁଛନ୍ତି । ଆଉ କହୁଛନ୍ତି "ଶହୀଦ ଯବାନ ଅମର ରହେ" । "ବନ୍ଦେ ମାତରମ" ଏବଂ "ଭାରତ ମାତା କି ଜୟ" ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ଏହି ଅବସରରେ ଉଭୟ ବିଜେଡି ଓ ବିଜେପିର ଅନେକ ତୁଙ୍ଗ ନେତା ଓ ମନ୍ତ୍ରୀ ଏଥିରେ ସାମିଲ ହୋଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ସମବେଦନା ଜଣାଇଥିଲେ । ପ୍ରଭାତ ବିଶ୍ବାଳ, ପ୍ରଭାତୀ ପରିଡା, ଦେବାଶିଷ ସାମନ୍ତରାୟ, ପ୍ରତାପ ଜେନା, ନଗେନ୍ଦ୍ର ପ୍ରଧାନ ଏବଂ ପ୍ରମୋଦ ମଲ୍ଲିକ ପ୍ରମୁଖ ନେତା ଏଠାରେ ଉପସ୍ଥିତ ଥିଲେ ।

ପୂର୍ବରୁ ଦୁଇ ବୀର ଯବାନଙ୍କ ମୃତ୍ୟୁ ଖବର ଶୁକ୍ରବାର ପରିବାର ଲୋକଙ୍କୁ ଦିଆଯାଇଥିଲା । ଆଜି ଏମାନଙ୍କ ପାର୍ଥିବ ଶରୀରକୁ ଆଜି ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅଣାଯାଇଥିଲା । ଶହୀଦଙ୍କୁ ଶେଷ ସଲାମ ପାଇଁ ସିଆରପିଏଫ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ପହଞ୍ଚିବା ପରେ ଦୁଇ ବୀର ଓଡିଆଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details