ଓଡିଶା

odisha

ତାଲାବନ୍ଦ ନିୟମ ଉଲ୍ଲଂଘନ, ଗୋଟିଏ ଦିନରେ ୧୫୭ ମାମଲା ରୁଜୁ

ଆଜି ବି ତାଲାବନ୍ଦ ନିୟମ ଉଲ୍ଲଂଘନରେ ରୁଜୁ ହେଉଛି ପୁଳା ପୁଳା ମାମଲା । ଏପରକିକି ଗତ ୨୪ ଘଣ୍ଟାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୪୫୪୨ ସଂଖ୍ୟକ ମାମଲା ରୁଜୁ ହୋଇଛି।

By

Published : Apr 12, 2020, 8:19 PM IST

Published : Apr 12, 2020, 8:19 PM IST

Lock down violation
ତାଲାବନ୍ଦ ନିୟମ ଉଂଲ୍ଲଙ୍ଘନ ମାମଲା

କଟକ: ଦେଶରେ ଲାଗୁ ହୋଇଛି ଲକଡାଉନ କଟକଣା । ଏହି କଟକଣାର ଅବଧି ଏପ୍ରିଲ 14ରେ ସରୁଥିବାବେଳେ ଏହାକୁ ଏପ୍ରିଲ 30 ଯାଏଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ହେଲେ ପୁଲିସର କଡ଼ା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ରାଜ୍ୟର ଅନେକ ସ୍ଥାନରେ ଆଜି ବି ତାଲାବନ୍ଦ ନିୟମ ଉଲ୍ଲଂଘନରେ ରୁଜୁ ହେଉଛି ପୁଳା ପୁଳା ମାମଲା । ଏପରକିକି ଗତ ୨୪ ଘଣ୍ଟାରେ ଲକଡାଉନ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରାଜ୍ୟରେ ଥିବା ବିଭିନ୍ନ ଥାନାରେ ଆଜି ପର୍ଯ୍ୟନ୍ତ ମୋଟ ୪୫୪୨ ସଂଖ୍ୟକ ମାମଲା ରୁଜୁ ହୋଇଛି।

ଗତ ୨୪ ତାରିଖଠାରୁ ଆଜି ପର୍ଯ୍ୟନ୍ତ ଏହି ସଂଖ୍ୟକ ମାମଲା ରୁଜୁ କରାଯାଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି(ଶନିବାର) ସକାଳୁ ଆଜି(ରବିବାର) ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଥାନାରେ ୧୫୭ ଟି ମାମଲା ରୁଜୁ କରାଯାଇଛି। ଏହି ୧୫୭ ଟି ମାମଲା ମଧ୍ୟରୁ ୧୪୯ ଟି ମାମଲା ତାଲାବନ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗ ରୁଜୁ ହୋଇଥିବାବେଳେ , ହୋମ କ୍ବାରେଣ୍ଟାଇନ ଉଲ୍ଲଂଘନ କରିବା ଅଭିଯୋଗରେ ୨ ଟି ମାମଲା ରୁଜୁ ହୋଇଛି।

୪ ଟି ମାମଲା ଗୁଜବ ସୃଷ୍ଟି କରିବା ଅଭିଯୋଗରେ ରୁଜୁ ହୋଇଛି। ୨ଟି ମାମଲା ଅନ୍ୟ ସମ୍ପର୍କିତ ନିୟମ ଉଲ୍ଲଂଘନ ନେଇ ମାମଲା ରୁଜୁ କରାଯାଇଥିବା ଏକ ପ୍ରେସ ରିଲିଜ ମାଧ୍ୟମରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details