ଓଡିଶା

odisha

ETV Bharat / state

କଟକରେ ଆୟତ୍ତ ଏଡସ୍, ସଚେତନ ପରୀକ୍ଷା ଦଉଛି ସଫଳତା: CDMO

କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା। ଜିଲ୍ଲାର ଓ ସହରରେ ଏଚଆଇଭି ସମ୍ବନ୍ଧୀୟ ସଚେତନତା ଯୋଗୁଁ ବର୍ତ୍ତମାନ କଟକ ଅନ୍ୟ ଜିଲ୍ଲା ମାନଙ୍କ ପଛରେ ରହିଛି । ଅଧିକ ପଢନ୍ତୁ

କଟକରେ ଆୟତ୍ତ ଏଡସ ରୋଗ , ସଚେତନ ପରୀକ୍ଷା ଦଉଛି ସଫଳତା: CDMO
କଟକରେ ଆୟତ୍ତ ଏଡସ ରୋଗ , ସଚେତନ ପରୀକ୍ଷା ଦଉଛି ସଫଳତା: CDMO

By

Published : Dec 1, 2022, 8:33 PM IST

କଟକ:କଟକରେ କମୁଛି ଏଡସ ରୋଗୀଙ୍କ ସଂଖ୍ୟା । ଜିଲ୍ଲାରେ ପାଖାପାଖି 100 ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି । ଯାହା ବେଶ ସନ୍ତୋଷଜନକ। କାରଣ ଜିଲ୍ଲାରେ ସଚେତନତା ଦିଗକୁ ବେଶ ମଜଭୁତ କରାଯାଇଛି । ଜିଲ୍ଲାର ଓ ସହର ରେ ଏଚଆଇଭି ସମ୍ବନ୍ଧୀୟ ସଚେତନତା ଯୋଗୁଁ ବର୍ତ୍ତମାନ କଟକ ଅନ୍ୟ ଜିଲ୍ଲା ମାନଙ୍କ ପଛରେ ରହିଛି ।

କଟକରେ ଆୟତ୍ତ ଏଡସ ରୋଗ , ସଚେତନ ପରୀକ୍ଷା ଦଉଛି ସଫଳତା: CDMO

ବିଶେଷକରି ଗଞ୍ଜାମ ,କୋରାପୁଟ ନବରଙ୍ଗପୁର ଆଦି ଜିଲ୍ଲା ରେ ରୋଗୀ ଙ୍କ ସଂଖ୍ୟା ଯେତିକି ରହିଛି ତାହା ତୁଳନାରେ କଟକରେ ରୋଗୀ ଙ୍କ ସଂଖ୍ୟା ଅନେକ ମାତ୍ରାରେ କମ ରହିଛି ବୋଲି କହିଛନ୍ତି କଟକ ଜିଲ୍ଲା ସିଡିଏମଓ ସତ୍ୟବ୍ରତ ଛୋଟରାୟ ।

ଅନ୍ୟପଟେ ଆଜି ସାରା ବିଶ୍ୱ ଏଡଏସ ଦିବସ ପାଳନ କରିଥିବା ବେଳେ କଟକର ଚିତ୍ର ବେଶ ସନ୍ତୋଷଜନକ ରହିଛି। ଏପରି ସ୍ଥଳେ ଆଗମୀ ଦିନ ମାନଙ୍କରେ ମଧ୍ୟ ଏଡସ ପରୀକ୍ଷା କୁ ବ୍ୟାପକ କରିବା ସହ ବ୍ଲକ ପଞ୍ଚାୟତ ସ୍ତରରେ ସଚେତନତା ଦିଗକୁ ଦୁ୍ଣିତ କରିବା ନେଇ କହିଛନ୍ତି କଟକ ସିଡିଏମଓ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details