ଓଡିଶା

odisha

ETV Bharat / state

ସାଂସଦ ଅନୁଭବଙ୍କ ନାମରେ ଅଭିଯୋଗ, ମିଛ କହୁଛନ୍ତି କି ମହିଳା ! - ସାଂସଦ

ଶେଷ ପର୍ଯ୍ୟାୟରେ ପହଞ୍ଚିଲା ଅନୁଭବଙ୍କ ବିରୋଧରେ ହୋଇଥିବା ଦୁର୍ବ୍ୟବହାର ମାମଲାର ତଦନ୍ତ । ଅନୁଭବଙ୍କ ନାମରେ ମିଳୁନି ସ୍ପଷ୍ଟ ପ୍ରମାଣ, କହିଲେ କଟକ ଡିସିପି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,କଟକ

By

Published : Jul 27, 2019, 1:31 AM IST

କଟକ : କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି । ବର୍ତ୍ତମାନ ମହିଳାଙ୍କ ଏତଲା ଆଧାରରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ଉଭୟଙ୍କ ମଧ୍ୟରେ କେବଳ ଯୁକ୍ତିତର୍କ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମହିଳା ଜଣକ ପ୍ରଥମେ ରାତିରେ ସାଂସଦଙ୍କ ଘରକୁ ଯାଇଥିବା ସ୍ପଷ୍ଟ ଜଣାପଡୁଛି । ସେଠାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ମଧ୍ୟ ସତ ।

ତେବେ ମହିଳା ଜଣକ ଯେଉଁ ଅଭିଯୋଗ କରିଛନ୍ତି ,ତାହାର କୌଣସି ପ୍ରମାଣ ମିଳୁନାହିଁ । ଏନେଇ ମୋବାଇଲ, ସିସିଟିଭି ,ଅନ୍ୟାନ୍ୟ ଟେକ୍ନୋଲୋଜି ସାହାଯ୍ୟ ନିଆ ଯାଇଥିଲେ ବି ଅଭିଯୋଗର ସେଭଳି କିଛି ସତ୍ୟତା ପୋଲିସ ପାଖରେ ନଥିବା କଟକ ଡିସିପି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details