କଟକ: ନିଶ୍ଚିତକୋଇଲି ବ୍ଲକକୁ ୩ ଦିନିଆ ସଟଡାଉନ ଘୋଷଣା କଲେ ବିଡ଼ିଓ। ଗତକାଲି ଏହି ବ୍ଲକରୁ ୧୭ ବ୍ଲକ କର୍ମଚାରୀଙ୍କ ସମେତ ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସ୍ଥାନୀୟ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଏହାସହ ୩ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। କେବଳ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।