ଓଡିଶା

odisha

ETV Bharat / state

ଶେଷ ପର୍ଯ୍ୟାୟରେ ଶିଶୁ ଭବନ ନୂଆ ବିଲ୍ଡିଂ କାର୍ଯ୍ୟ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଖୁବଶୀଘ୍ର କଟକ ଶିଶୁ ଭବନ ନୂଆ ବିଲ୍ଡିଂ ଉଦଘାଟନ ହେବାକୁ ଯାଉଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

By

Published : Apr 5, 2023, 12:00 PM IST

sishu bhawan
ଶେଷ ପର୍ଯ୍ୟାୟରେ ଶିଶୁ ଭବନ ନୂଆ ବିଲ୍ଡିଂଙ୍ଗ କାର୍ଯ୍ୟ

ଶେଷ ପର୍ଯ୍ୟାୟରେ ଶିଶୁ ଭବନ ନୂଆ ବିଲ୍ଡିଂଙ୍ଗ କାର୍ଯ୍ୟ

କଟକ: ରାଜ୍ୟର ଏକ ପ୍ରମୁଖ ଶିଶୁ ଚିକିତ୍ସା କେନ୍ଦ୍ର ଭାବେ କଟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ସୁନାମ ରହିଛି । ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ରୋଗୀ ଆସିଥାନ୍ତି । ବଡ କଥା ହେଉଛି ଶିଶୁ ଭବନର ମୋଟ ଶଯ୍ୟା ସଂଖ୍ୟା 200 ଥିବା ବେଳେ ଭିଡକୁ ଦେଖି ଏଠାରେ 422 ଶଯ୍ୟାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ତେବେ ଖୁବଶୀଘ୍ର ଏଠାରେ ପ୍ରତିଷ୍ଠା ହୋଇଥିବା 600 ଶଯ୍ୟା ବିଶିଷ୍ଟ ନୂଆ ବିଲ୍ଡିଂ ଉଦଘାଟିତ ହେବ ।

ବିଲ୍ଡିଂ ଓ ପରିସର ସୌନ୍ଦର୍ଯ୍ୟକରଣ କାମ ଶେଷ ହୋଇଥିବା ବେଳେ ଅନ୍ୟ ଆବଶ୍ୟକ ବୈଷୟିକ ବ୍ୟବସ୍ଥା କରାଯାଉଛି । ନୂଆ ବିଲ୍ଡିଂରେ 15ଟି ଆଇସିୟୁ , 60 ସର୍ଜରୀ, 45 ଏନଆଇସିୟୁ ଶଯ୍ୟା ରହିବ । ଏଥିସହିତ ପୃଥକ ପୃଥକ ଭାବେ ବିଭିନ୍ନ ବିଲ୍ଡିଂରେ ଥିବା ବିଭାଗଗୁଡିକ ଏକତ୍ରୀତ ହୋଇ କାମ କରିବ । ଏପରି ହେଲେ ଗୋଟିଏ ବିଲ୍ଡିଂରୁ ଶିଶୁମାନଙ୍କୁ ଉନ୍ନତ ଚିକିତ୍ସା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 4 ବର୍ଷ ତଳେ ଏହି ନୂଆ ଭିତ୍ତିଭୂମିର ଶିଳାନ୍ୟାସ କରିଥିଲେ । ଖୁବ୍ କମ ସମୟରେ ଏହି କାମ ସରିବାକୁ ଯାଉଛି । ଗୋଟିଏପଟେ ଏସସିବି ସଂପ୍ରସାରଣ କାମ ଜୋରସୋରରେ ଚାଲିଥିବା ବେଳେ ଶିଶୁ ଭବନ ସମ୍ପ୍ରସାରଣ କାମ ଶେଷ ହେବାକୁ ଯାଉଛି । ଏବେ କେବଳ ଉଦଘାଟନ ଅପେକ୍ଷାରେ ରହିଛି ।

ଉଭୟ ଏସସିବି ଓ ଶିଶୁ ଭବନ ସମ୍ପ୍ରସାରଣ ଆଗକୁ ଚିକିତ୍ସା କ୍ଷେତ୍ରରେ ବଡ ଉପଲବ୍ଧି ହେବ । ପୂର୍ବ ଭାରତରେ ଶିଶୁ ଭବନ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି । ପୂର୍ବରୁ ଏଠାରେ ଅନେକ ଅସୁବିଧାର ସମୁଖୀନ ହେଉଥିଲେ ରୋଗୀ । ତେବେ ପର୍ଯ୍ୟାୟ କ୍ରମରେ ରାଜ୍ୟ ସରକାର ଏହାର ନୂତନତାକୁ ଦୃଷ୍ଟିରେ ରଖି ହସ୍ପିଟାଲକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେବେ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଏହା ବି ପଢନ୍ତୁ...ଜୟପୁର ଥାନା ହାଜତ ମୃତ୍ୟୁ ମାମଲା , ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ହାଇକୋର୍ଟର ନିର୍ଦ୍ଦେଶ

ଏହା ବି ପଢନ୍ତୁ...ବିଲଡରଙ୍କୁ ମିଳିଲା ଆସ୍ୱସ୍ତି, RERA ବିଜ୍ଞପ୍ତି ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କଟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ନବୀକରଣ କାମ ସରିବାକୁ ଯାଉଛି । ଶିଳାନ୍ୟାସର ବର୍ଷ କେଇଟାରେ ଏଠାରେ 600 ଶଯ୍ୟା ବିଶିଷ୍ଟ ନୂଆ ବିଲଡିଂ କାମ ସମାପ୍ତ ହୋଇଛି । ଏଥି ସହିତ ପରିସର ସୌନ୍ଦର୍ଯ୍ୟକରଣ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ଏହି ନୂଆ ବିଲଡିଂ ଉଦଘାଟିତ ହେବା ପରେ ଶିଶୁ ଚିକିତ୍ସା କ୍ଷେତ୍ରରେ ଶିଶୁ ଭବନ ଆହୁରି ସହାୟକ ହେବ ବୋଲି ଡାକ୍ତର ଓ ସାଧାରଣ ଜନତା ଆଶା ପ୍ରକାଶ କରିଛନ୍ତି ।

ଇଟିିଭି ଭାରତ, କଟକ

ABOUT THE AUTHOR

...view details