ଭୁବନେଶ୍ବର: ପ୍ରସଙ୍ଗ ଭିତ୍ତିକ ଓ ଲୋକଙ୍କ ପ୍ରସଙ୍ଗକୁ ନେଇ ରାଜନୀତି କଲେ କଂଗ୍ରେସ ସଫଳ ହୋଇପାରିବ । କେବଳ ମିଡିଆ ଷ୍ଟେଟମେଣ୍ଟ ଦେଇ ଭୁବନେଶ୍ୱରରେ ରହି ରାଜନୀତି କଲେ ସଫଳତା ମିଳିବ ନାହିଁ । ଏହା କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ନରସିଂହ ମିଶ୍ର (Leader of the Congress legislative party Narasingha Mishra) । ଏହା ସହ କୃଷକ, ଶ୍ରମିକ, ବେକାରୀ ଯୁବବର୍ଗଙ୍କୁ ଦଳ ସହ ଯୋଡିଲେ କଂଗ୍ରେସ ପୂର୍ବ ଗୌରବ ଫେରିପାରିବ ବୋଲି ଆଶାବାଦୀ ଅଛନ୍ତି ।
ଏହାବି ପଢନ୍ତୁ- ଆଇନଜୀବୀଙ୍କ ଗିରଫଦାରୀ ପରେ ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ, କେବେ ଫେରିବ ସ୍ୱାଭାବିକ ସ୍ଥିତି ?
ନରସିଂହ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି କହୁଛନ୍ତି ଆମେ କୃଷକଙ୍କ ବନ୍ଧୁ । ସବୁ ବ୍ଲକର 35 ପ୍ରତିଶତ ଜମି ଜଳସେଚନ କରିବୁ ବୋଲି 2006ରେ ବିଜେଡି କହିଥିଲା । କଲେ କି ? କରିନାହାନ୍ତି, ତେଣୁ ଉତ୍ତର ଦେଇପାରୁନାହାନ୍ତି । ଯେଉଁ ବ୍ଲକରେ 35 ପ୍ରତିଶତ ଜମି ଜଳସେଚନ ହୋଇନାହିଁ, ପ୍ରତ୍ୟେକ ଗାଁକୁ 5 ଲକ୍ଷ ଟଙ୍କା ଦିଆଯିବ । 2008ରେ ଏହା ଘୋଷଣା କରାଯାଇଥିଲା । ଗୋଟିଏ ବି ଗାଁକୁ ଏହି ଟଙ୍କା ଦିଆଯାଇନାହିଁ । ଚାଷୀଙ୍କୁ ପ୍ରତାରିତ କଲେ । ମାଗଣାରେ ଚାଷୀଙ୍କୁ ବିଜୁଳି ଯୋଗାଇବାକୁ ବୋଲି ବିଜେଡି 2009 ନିର୍ବାଚନ ଇସ୍ତାହାରରେ କହିଥିଲା । ହେଲେ ଦିଆଗଲା ନାହିଁ । ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ କେବିକେ ଅଞ୍ଚଳରେ କରିବା ନେଇ 2014ରେ ଘୋଷଣା ହେଲା, 8 ବର୍ଷ ହେଲା ହୋଇପାରିଲା ନାହିଁ । କୃଷି ପାଇଁ ପୁରସ୍କାର ପାଉଛୁ ବୋଲି ରାଜ୍ୟ କହୁଛି । ଓଡ଼ିଶାରେ କୃଷକଙ୍କ ବାର୍ଷିକ ଆୟ 5112 ଟଙ୍କା ବୋଲି ନୀତି ଆୟୋଗ କହିଛି । ମାସକୁ 500 ଟଙ୍କା ପଡିଲା ନାହିଁ । ଏହାକୁ ଯଦି ବିକାଶ କୁହାଯାଏ, ତେବେ ତାକୁ ଧନ୍ୟବାଦ ଦେବା ଛଡା ଆଉ କିଛି କୁହାଯାଇନପାରେ ।