ନିଆଳି:ନିଆଳିରେ ପୁଣି ଅଦୃଶ୍ୟ ଅଜଣା ଜନ୍ତୁ ଆତଙ୍କ । ୧୦ ଦିନ ନିରବତା ପରେ ଗୁହାଳରେ ପଶି ୩ ମେଣ୍ଢାଙ୍କ ଜୀବନ ନେଲା ଅଜଣା ଜନ୍ତୁ । ନାହାକପୁର ପଞ୍ଚାୟତ ଗୁଣାଦୋଳ ଗାଁର ପଞ୍ଚାନନ ଚୌଧୁରୀଙ୍କ ଗୁହାଳରେ ଅଜଣା ଜନ୍ତୁ ଆକ୍ରମଣରେ ୩ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ତେବେ କେଉଁ ଆଡୁ ଆସୁଛି ଅଜଣା ଜନ୍ତୁ ତା'ର କୌଣସି ଟେର୍ ପାଉନାହିଁ ବନ ବିଭାଗ ଏବଂ ମେଷ ପାଳକ ।
ଅତି ଚତୁରାତର ସହ ଅଦୃଶ୍ୟ ଅଜଣା ଜନ୍ତୁ ନିଆଳି , କଣ୍ଟାପଡ଼ା , ବାରଙ୍ଗ ଏବଂ ବାଲିପାଟଣା ବ୍ଲକ ଏପରିକି ଗତ କିଛି ଦିନ ତଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ୯ ମେଣ୍ଢାଙ୍କ ଜୀବନ ନେଇ ସାରିଛି ଅଜଣା ଜନ୍ତୁ । ଗତ ଆଠ ବର୍ଷ ମଧ୍ୟରେ ଅଦୃଶ୍ୟ ଅଜଣା ଜନ୍ତୁଙ୍କ ଆକ୍ରମଣରେ ଅନେକ ମେଣ୍ଢା ମୃତ୍ଯୁବରଣ କରି ସାରିଲେଣି । ଫୁଲନଖରା ବନ ବିଭାଗର ସବୁ ପ୍ରକାର ଉଦ୍ୟମ ଫେଲ ମାରିଛି । ଚଳିତ ମାସ ୧୦ ତାରିଖ ଏବଂ ୧୩ ତାରିଖରେ ମଧ୍ୟ ନାହାଳପୁର ପଞ୍ଚାୟତର ଗୁଣାଦୋଳ ଗ୍ରାମରେ ଦୁଇ ଜଣ ମେଷ ପାଳକଙ୍କ ଗୁହାଳରୁ ୨୯ ମେଣ୍ଢାଙ୍କୁ ଶିକାର କରିସାରିଛନ୍ତି ଅଜଣା ଜନ୍ତୁ । ସେବେ ଠାରୁ ଫୁଲନଖରା ବନ ବିଭାଗର କର୍ମଚାରୀମାନେ ଟ୍ରାପ କ୍ୟାମେରା ଏବଂ ରାତି ପାଟ୍ରୋଲିଂ ସତ୍ତ୍ୱେ ଅଦୃଶ୍ୟ ଅଜଣା ଜନ୍ତୁଙ୍କ ଆତଙ୍କ କମି ନାହିଁ ।
ଏହା ମଧ୍ୟ ପଢନ୍ତୁ- ICC ODI World Cup: ଅକ୍ଟୋବର 5ରୁ ବିଶ୍ବକପ, ନଭେମ୍ବର 19ରେ ଫାଇନାଲ