କଟକ:ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ଭଉଣୀର ପବିତ୍ର ବନ୍ଧନକୁ ବାନ୍ଧି ରଖିଥାଏ ରାକ୍ଷୀ । ଏହି ଦିନରେ ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି ତାର ଶୁଭ ମନାସିବା ସହ ନିଜର ସୁରକ୍ଷା ପାଇଁ ଭାଇ ପାଖରେ ଦାବି ରଖିଥାଏ । ପରସ୍ପରର ସ୍ନେହ ଶ୍ରଦ୍ଧାର ସାକ୍ଷୀ ହେଉଛି ଏହି ରାକ୍ଷୀ । ଏହି ସଂପର୍କରେ ନା ଜାତି ଧର୍ମ ଅଛି ନା ଧନୀ ଗରିବ ଏଥିପାଇଁ ବଜାରରେ ଅନେକ କିସମର ରାକ୍ଷୀ ବିକ୍ରି ହେଉଥିବା ବେଳେ କଟକ ଷ୍ଟେସନ ବଜାର ମଠ ସାହି ଅଞ୍ଚଳର ଅସ୍ପାକ୍ ଅଲି ଖାନ୍ ଓ ତବସୋମ ନାଜଙ୍କ ଝିଅ ସବୀହା ସୁମ୍ବୁଲଙ୍କ ରାକ୍ଷୀ ଚର୍ଚ୍ଚାରେ।
ଖାଲି ନିଜ ହାତରେ ରାକ୍ଷୀ ବ୍ୟବସାୟ କରୁ ନାହାନ୍ତି ବରଂ ସେଥିରୁ ଲାଭ ଅର୍ଥରେ ରାସ୍ତାରେ ବୁଲୁଥିବା ଗାଈ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି । ତାଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ସମସ୍ତେ । ସେ ନିଜ ହାତରେ ରାକ୍ଷୀ ତିଆରି କରି ବିକ୍ରି କରୁଛନ୍ତି । ସବିହାଙ୍କ ରାକ୍ଷୀ ତିଆରି ଅନ୍ଦାଜ କିନ୍ତୁ ପୂରା ନିଆରା । ପିଜି ପାଠ ପଢି ସାରିବା ପରେ ସେ ଏବେ କମ୍ପିଟେଟିଭ ପାଇଁ ଏବେ ପଢ଼ାପଢ଼ି ଜାରି ରଖିଛନ୍ତି । ଏହା ସହ ରାକ୍ଷୀ ତିଆରିକୁ ନିଜର ଏକ ସ୍ୱଳ୍ପ ଆୟର ମାଧ୍ୟମ କରିଛନ୍ତି ସେ ।
ଅନଲାଇନ୍ ଦ୍ଵାରା ସବୁ କଞ୍ଚା ମାଲ୍ ମଗାଇବା ସହ ନିଜେ ପରିଶ୍ରମ କରି ଏହି ରାକ୍ଷୀ ଗୁଡ଼ିକୁ ତିଆରି କରୁଛନ୍ତି । ସୋସିଆଲ ମିଡ଼ିଆ ପେଜ୍ ମାଧ୍ୟମରେ ପ୍ରମୋସନ୍ କରି ଅର୍ଡର ପାଇଥାନ୍ତି । ଏହି ରାକ୍ଷୀର ମୂଲ୍ୟ ରହିଛି 50 ଟଙ୍କାରୁ ଆରମ୍ଭ କରି 500 ଟଙ୍କା ପର୍ଯ୍ୟନ୍ତ । ଖାଲି ସେତିକି ନିଜେ ଭଉଣୀ ମାନଙ୍କର ମନ ପସନ୍ଦକୁ ନଜର ରଖି ନିଜ ହାତରେ ଚିତ୍ରିତ କରିବା ସହ ସଜେଇ ଥାଆନ୍ତି । ରାଜ୍ୟ ତଥା ବାହାରୁ ମଧ୍ୟ ସେ ରାକ୍ଷୀ ପାଇଁ କଞ୍ଚା ମାଲ ଆଣିଥାନ୍ତି । ଆଉ ଏହି ଡିଜାଇନ ରାକ୍ଷୀ ବର୍ତ୍ତମାନ ସବିହାଙ୍କୁ ଏକ ନୂତନ ପରିଚୟ ପ୍ରଦାନ କରିଛି।